STORYMIRROR

Pratima Satpathy

Inspirational

4.0  

Pratima Satpathy

Inspirational

ପ୍ରତିମା ଶତପଥୀ , ଯାଜପୁର.ବିଷୟ,

ପ୍ରତିମା ଶତପଥୀ , ଯାଜପୁର.ବିଷୟ,

1 min
305



ପୁଣ୍ୟଭୂମି ମୋର ଉତ୍କଳ ପ୍ରଦେଶ

    ସାରା ବିଶ୍ୱରେ ବିଖ୍ୟାତ

ମର୍ତ୍ତ୍ୟ ବୈକୁଣ୍ଠ ପୁରରେ ବିରାଜିତ

    ସ୍ୱୟଂ ପ୍ରଭୁ ଜଗନ୍ନାଥ ।


ନୀଳ ସାଗରର ଉର୍ମିମାଳା ଆସି

   ଚରଣ ଧୁଏ ଯାହାର

ସୁନ୍ଦର ଶ୍ୟାମଳ ଶସ୍ୟ କ୍ଷେତ

    ଖଣିଜ ସମ୍ପଦ ଭରପୁର ।


ଯେଉଁ ମାଟି ଛୁଇଁ ଚଣ୍ଡାଶୋକ ଦିନେ

   ହୋଇଥିଲେ ଧର୍ମା ଶୋକ

ଭବ୍ୟ ଭାରତର ଆତ୍ମା ଯେ ଓଡିଶା

    କହିଥିଲେ ରାମକୃଷ୍ଣ ।


ବାଉଁଶ ନଳିରେ ଯାହାର ଦାୟାଦ

    ଗ୍ରହ ନକ୍ଷତ୍ର ଙ୍କ ଗତି

ମାପେ ହିମାଳୟଉଚ୍ଚତାକୁ ପୁଣି

    ଚନ୍ଦ୍ର ସୂର୍ଯ୍ୟ ଙ୍କର ଗତି ।


ଫକୀର ମୋହନ, ଗୋପବନ୍ଧୁ,

    ମଧୁସୂଦନ , ସାରଳା ଦାସ

ଗଙ୍ଗାଧର ଙ୍କର, ତପସ୍ୱିନୀକାବ୍ୟ,

   ଆଦୃତ ଦେଶ ବିଦେଶ ।


ସନ୍ଥ କବି ଭୀମ ଭୋଇଙ୍କର ଭାଷା

    ଜାତିସଙ୍ଘ ରେ ଖୋଦିତ

ମୋ ଜୀବନ ପଛେ ନର୍କେ ପଡିଥାଉ

     ଉଦ୍ଧାର ହେଉ ଜଗତ ।


ଦ୍ୱାରିକାରୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ

    ହୋଇଥିଲେ ରୋଗ ମୁକ୍ତ

ପ୍ରଭୁ ରାମଚନ୍ଦ୍ର, ରାବଣ ହତ୍ୟାର 

    ଧନୁ କଲେ ସମର୍ପିତ ।


ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚୁଡାରେ

    ରହିଛି ସେହି ଧନୁ .

ପଞ୍ଚୁ ପାଣ୍ଡବଙ୍କୁ ଲୋମଶ ମୁନି 

   ପଠାଇଥିଲେ ନାଭି କ୍ଷେତ୍ରକୁ ।


ମାଆ ବିରଜାଙ୍କୁ ପୁଜି ମହାପାପୁ

   ହୋଇଣ ଥିଲେ ଉଦ୍ଧାର

ଏ ମାଟି ପବିତ୍ର ସର୍ବ ପାପ ଦୂର

  &n

bsp;ହୋଇଯାଏ ଏହିଠାର ।


ବାଜିଆ, ଧରମା ଜନମି ଉତ୍କଳେ

   ବିଶ୍ୱ ବିଖ୍ୟାତ ହୋଇଲେ

ଚିଲ ପକ୍ଷୀ ପରି ବିଜୁ ସଂଗ୍ରାମୀଙ୍କୁ

   ଆକାଶରେ ଯେ ଆଣିଲେ ।


ଓଡିଶା ଗୌରବ ରକ୍ଷା କରିବାକୁ

   ଯୁଦ୍ଧରେ ଯାନ୍ତି ଠାକୁର

ଚାରୁ ଶିଳ୍ପକଳା କୋଣାର୍କ ମନ୍ଦିର

    ସ୍ଥାନ ପାଇଛି ବିଶ୍ୱର ।


ପଥର ଏଠାରେ କଥା କହେ ପୁଣି

   ସୁନ୍ଦର ମୂର୍ତ୍ତି ଖୋଦେଇ

ଯା ନାହିଁ ଉତ୍କଳେ, ତା ନାହିଁ ଭୁତଳେ

    କଥା ଅଛି ପରା ରହି ।


ସ୍ୱତନ୍ତ୍ର କଳାର ସୃଜନୀ ଓଡିଶା

    ସୁନ୍ଦର ଓଡିଶୀ ନୃତ୍ୟ

ବିଶ୍ୱ ଦରବାରେ ତାରକସି କାମ

   ପିପିଲିର ଚାନ୍ଦୁଆ ।


ଓଡିଶା ଗୌରବ, ସଂସ୍କୃତି , ସଭ୍ୟତା

   ଆଉ କେଉଁଠାରେ ନାହିଁ

ଅତିଥି ଙ୍କୁ ଏଠି ଭଗବାନ ରୂପେ

   ଆଦର ସମ୍ମାନ ଦେଇ ।


ମନୁଷ୍ୟ ପ୍ରଥମେ ଧାନ ଚାଷ କଲା

    କୋରାଫୁଟ ଜିଲ୍ଲା ଠାରେ

ଖାଦ୍ୟ ବୋଲି ତାକୁ ସମସ୍ତେ ମାନିଲେ

    ଖାଉଛନ୍ତି ଆନନ୍ଦରେ ।


ମୌସୁମୀ ପ୍ରବାହେ ପ୍ରକୃତି ରଜକୁ

   ରଜ ପରବ ପାଳନ୍ତି

ନୂଆ ଶସ୍ୟକୁ ଯେ ମା ସମଲେଇଙ୍କୁ

    ପ୍ରଥମେ ଅରପିଥାନ୍ତି ।


ବାର ମାସେ ତେର ପରବ ପାଳନ୍ତି

   ପ୍ରଭୁଙ୍କୁ ଭକ୍ତିରେ ପୁଜି

ଜଗନ୍ନାଥ ଦେଶ ଓଡିଶା ଭୂଇଁ ମୋ

   ତା ପାଇଁ ଗର୍ବିତଆଜି ।


କାଳିଆ ପାଖରେ ନାହିଁ ଜାତି ଧର୍ମ

   ନାହିଁ କିଛି ଭେଦା ଭେଦ

ଭକ୍ତି ଧନେ ବନ୍ଧା ମୋ କଳା ଠାକୁର

   ପାଇଁ ଉତ୍କଳ ପ୍ରସିଦ୍ଧ ।


Rate this content
Log in

Similar oriya poem from Inspirational