Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya kumar Rout

Romance

3  

Akshaya kumar Rout

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
324


ମୁଁ ଜାଣେ ତୁମେ ମୋତେ ଭଲ ପାଅନି

ବୋଧ ହୁଏ ମୁଁ ଭାଙ୍ଗି ପଡିବି ବୋଲି

ମୋ ମନରଖିବା ପାଇଁ ତୁମେ ହଁ କହି ଦିଅ

ହେଲେ ମୁଁ ତୁମ କୁ ନିବିଡ ଭାବେ ଭଲ ପାଏ

ମୁଁ ବି ତୁମ ଠୁ ନା ଶୁଣିବାକୁ ଚାହୁଁନି   ।


ମୋତେ ଦେଖା ନ କରିବାକୁ

ତୁମ ପାଖେ ଅନେକ ବାହାନା

ହେଲେ ମୁଁ ବ୍ୟସ୍ତ ଥିଲେ ବି ତୁମ ପାଇଁ

ମୋ ପାଖେ ସମୟ ହିଁ ସମୟ      ।


ମୁଁ ଜାଣେ ତୁମେ କେବେ ଆସିବନି ମୋ ପାଖକୁ

ହେଲେ ତୁମ ଠାରୁ ନା ଶବ୍ଦ ଶୁଣିବାକୁ ଚାହୁଁନି

ତୁମ ପାଇଁ ମୋର ଏ ପ୍ରତୀକ୍ଷା ହିଁ ପ୍ରେମର ସଞ୍ଜିବନୀ

କିଛି ନ ହେଲେ ହୃଦୟର କେଉଁ କୋଣରେ

ଆମ କଥୋପକଥନର କାଣିଚାଏ ସ୍ମୃତି

ଜୀବନର ଅନ୍ତିମ ସମୟ ଯାଏ ଖୁରାକ

ଯୋଗାଇ ଦେବ ମୋତେ ଜିଇଁବାକୁ।



Rate this content
Log in

Similar oriya poem from Romance