ପ୍ରତୀକ୍ଷା
ପ୍ରତୀକ୍ଷା
ପ୍ରତୀକ୍ଷାରେ ଅଛି ଏ ସାରା ଜଗତ ।
କିଏ କାହାଲାଗି ରହେ ପ୍ରତୀକ୍ଷିତ ।୧।
ଚାହିଁ ବସିଥାଏ ଆସିିବା ପଥକୁ ।
ପ୍ରାପତରେ ସ୍ବର୍ଗ ମିଳିଥାଏ ତାକୁ ।୨।
ଚକୋର ଚନ୍ଦ୍ରକୁ କରଇ ପ୍ରତୀକ୍ଷା।
କୁମୁଦିନୀ କରେ ବନ୍ଧୁକୁ ପ୍ରତୀକ୍ଷା ।୩।
ଚାତକ ମେଘର ପ୍ରତୀକ୍ଷା ନିରତ ।
କମଳ ଭାସ୍କରେ ସଦା ପ୍ରତୀକ୍ଷିତ ।୪।
କାମୀ କାମିନୀଙ୍କୁ ଦେଖ ପ୍ରତୀକ୍ଷିତ ।
ଭକତ ପ୍ରଭୁଙ୍କ ପ୍ରତୀକ୍ଷାରେ ରତ ।୫।
ପ୍ରତୀକ୍ଷାର ଫଳ ମିଷ୍ଟ ସଦା ହୁଏ ।
ପ୍ରାପ୍ତ ହେଲେ ଫଳ ଦୁଃଖ ଦୂର ହୁଏ । ୬।
ବାସନା ମନର ହୁଅଇ ପୂରଣ ।
ପ୍ରତୀକ୍ଷା ପରୀକ୍ଷା କରେ ଅବିଗୁଣ ।୭।