ପ୍ରତୀକ୍ଷା
ପ୍ରତୀକ୍ଷା


ପ୍ରତୀକ୍ଷା ଆଗରୁ ଥିଲା
ପ୍ରତୀକ୍ଷା ଏବେ ବି ରହିବ
ପ୍ରେମର ରଙ୍ଗରେ ରଙ୍ଗେଇବାର
ଆଶା ମୋର ଅବଶ୍ୟ ରହିବ।
ନିଦାଘର ରୌଦ୍ରତାପ ହେଉ
ଅବା ହେଉ ଧରା ଶିରାବଣ
ଶାରଦୀୟ କାଶତଣ୍ଡୀର ସୌନ୍ଦର୍ଯ୍ୟ
ହେମନ୍ତର ହିମ କାକର
ମାଘର ବାଘ ଭଳି ହାଡୁଆ ଶୀତରେ
ବସନ୍ତର ମ୍ରୁଦୁ ମଳୟରେ
ପ୍ରତୀକ୍ଷା ରହିବ ମୋର ଜୀବନ ର
ଶେଷ ନିଶ୍ୱାସ ଥିବା ଯାଏଁ।
ପ୍ରତୀକ୍ଷା କରିବାର ଯନ୍ତ୍ରଣା
ମୋତେ ଜର୍ଜରିତ କରେ
ତଥାପି ବି ମୁଁ ପ୍ରତୀକ୍ଷା ରତ
ତୁମକୁ ନହରେଇବା ର ଆଶାରେ
ମୁଁ ଜାଣି ନଥିଲି ତୁମେ କେବଳ
ମିଠା ମିଠା କଥାରେ ମୋତେ
ବାନ୍ଧିବାର ଆଶା ଦେଇ ଠକି ଚାଲିଯିବ
ଆଉ ମୁଁ ତୁମ କୁ ସବୁକିଛି ମାନିନେଇ
ନିଜକୁ ବାରମ୍ବାର ଆଘାତ କରିବି।
ମୁଁ ସିନା ତୁମ ପାଇଁ ଚାବିଦିଆ
ସେ କାଠ ର କଣ୍ଢେଇ
ଆଉ ତୁମେ ବିନା କାରଣରେ
ମୋତେ ଛାଡି ଚାଲିଗଲ
ଶହ
େ ଜନମର କଥା ଦେଇ ତୁମେ
ଶହେ ଦିନ ରଖି ନପାରିଲ
ଆଜି ବି ଅନେକ ଅସମାହିତ ପ୍ରଶ୍ନ
ମୋର ମନରେ ତୁମ ପାଇଁ ଅଛି
ବିରହ ବେଦନାରେ ମୋ ମନ ଯେମିତି
ଅଗ୍ନି ଉତ୍ସବ ରେ ଅଗିଜଳା ପରି
ଜଳିଯାଉଛି ହେଲେ ମୋ
ହାତପାହାନ୍ତାରେ କ୍ଷଣକର ସେ ଖୁସି
ଆଜି ନିଆଁ ଖୁଣ୍ଟାପରି ଠିଆ ହୋଇଛି।
ଅତୀତର ଭୁଲ ରେ ପୃଷ୍ଠା ସବୁ ମୋତେ
ତାତ୍ସଲ୍ୟ କରି କହୁଛନ୍ତି
ପ୍ରେମ ଆଉ ପ୍ରତୀକ୍ଷା ରେ ତୋତେ
ଅବା କ'ଣ ମିଳିଛି
ନିରୁତ୍ତର ଆଉ ନିରୁପାୟ ମୁଁ କାରଣ
ମୋ ହାତରେ ନାହିଁ କିଛି।
ମନ ମୋର କହୁଛି କି ତୁମେ
ନିଶ୍ଚିତ ଫେରିବ ଆଉ ତୁମ ପାଇଁ
ଏ ପ୍ରତୀକ୍ଷା ସେତେଦିନ ଯାଏଁ ଥିବ
ଯେତେ ଦିନ ଯାଏଁ ତୁମେ ମୋ
ପାଖକୁ ଫେରି ନଆସିବ।
ଆଉ ଯଦି ତୁମେ ନ ଫେର
ମୁଁ ଜାଣେନା ମୁଁ ସେ ଧୋଖା
କୁ କେମିତି ସହିବି ଆଉ ତୁମ ବିନା
ମୁଁ କେମିତି ଅବା ବଞ୍ଚିବି
ତଥାପି କାଳେ ଫେରିବାର ଆଶା ନେଇ
ପୁଣି ପ୍ରତୀକ୍ଷା କରିବି।
ପ୍ରତୀକ୍ଷା ଆଗରୁ ଥିଲା
ପ୍ରତୀକ୍ଷା ଏବେ ବି ରହିବ
ପ୍ରେମ ର ରଙ୍ଗରେ ରଙ୍ଗେଇବାର
ଆଶା ମୋର ଅବଶ୍ୟ ରହିବ।