ପ୍ରତାରଣା
ପ୍ରତାରଣା
ପ୍ରେମକୁ ମୋ ପୂଜାଫୁଲ ଭାବି ମନେ
କରିଥିଲି ସମର୍ପଣ
ତନୁ ମନ ମୋର ତୁମ ନିକଟରେ
କରିଥିଲି ଅରପଣ ॥୧॥
ପ୍ରେମରେ ପଡି ମୁଁ ଭୁଲି ଯାଇଥିଲି
ଭଲ ମନ୍ଦର ବିଚାର
ସତକୁ ସମ୍ମୁଖେ ଦେଖି ମଧ୍ୟ କେବେ
କରି ନଥିଲି ଖାତର ॥୨॥
ବାରମ୍ବାର ଧୋକା ଖାଇ ମଧ୍ୟ ମୁହିଁ
ବିଶ୍ୱାସ ମୋ ରଖିଥିଲି
ବିଶ୍ୱାସରେ ବିଷ ମିଶାଇଲ ତମେ
ବୁଝିବାରେ ଡେରି କଲି ॥୩॥
କେତେ ଆଶା ମନେ କରିଥିଲି ଦିନେ
ଦେଖିଥିଲି ମିଠା ସ୍ୱପ୍ନ
ସବୁ ସ୍ୱପ୍ନ ମୋର ଆଜି ଚୁରମାର୍
ହଜିଯାଇଛି ମୋ ଜ୍ଞାନ ॥୪॥
ଯୌବନର ଜ୍ୱାଳା ମୁହଁ କଲା କଳା
ଘୁରୁଛି ଚକର ପରି
ତୁମ ପ୍ରତାରଣା କଲା ବାଟବଣା
କିଏ ସେ କରିବ ପାରି ॥୫॥
ଅଶ୍ରୁ ନୁହେଁ ଏଯେ ଅଭିଶାପ ମୋର
ତୁମ ପାଇଁ ପ୍ରତାରକ
ପ୍ରେମେ ପ୍ରତାରଣା ଦେଇ ଚାଲିଗଲ
ଭୋଗିବ ନିଶ୍ଚେ ନରକ ॥୬॥
*********