Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Others

5.0  

Sahadev Behera

Others

ପ୍ରତାରଣା

ପ୍ରତାରଣା

1 min
240


🌹 ପ୍ରତାରଣା 🌹

----------#-----------------

ହଜିଲା ଅତୀତ   ସମୟ ସ୍ରୋତରେ

      ତମକୁ ବାହୁନେ ଆଜି

ମୋତେ ଭୂଲି କେଉଁ  ରାଜକୁମାରକୁ

      ହୋଇଗଲ ତମେ ରାଜି ll1

ଦଣ୍ଡେ ନ ଦେଖିଲେ ବସି କାନ୍ଦୁଥିଲ

       ଆଖିରୁ ନିଦ ହଜାଇ

ବର୍ଷ କେଇଟା ମୁଁ  ବିଦେଶକୁ ଗଲି

      ମନକୁ ଦେଲୁ ଭୂଲାଇ ll2

ବାଲି ଘର ତୋଳି  ବୋହୂ ଖେଳୁ ଥିଲୁ

      ହାତକୁ ମୋ ଟାଣି ଧରି

ଆଜି ସେହି ହାତ  କିଏ ଧରି ନେଲା

      ସମ୍ପର୍କକୁ ଦୂର କରି ll3

କାଠର କଣ୍ଢେଇ ଧରି ଖେଳୁଥିଲୁ

     ହୋଇ ପୁଣି କନ୍ୟା ମାତା

ଯଉତୁକ ଦେଇ   ପାରିବୁନି ବୋଲି

     ନରମି କହୁ ତୁ କଥା ll4

ପିଲା ଦିନୁ ତୋତେ  ଚିହ୍ନି ପାରିଲିନି

     ଭୂଲ ରହିଗଲା ମୋର

ସେଥି ପାଇଁ ଆଜି  ମୋ ଭଙ୍ଗା ହୃଦୟେ

     ଟାଣି ଦେଲୁ ଗୋଟେ ଗାର ll5

ଜୀବନ ମରୁରେ  କେବେ ଅମା ରାତି

     କେବେ ପୁନେଇର ଚାନ୍ଦ

ତୋ ଜୀବନ ସୁଖ  ସମ୍ପଦରେ ଭରା

     ମୋ କପାଳ ଆଜି ମନ୍ଦ ll6

      

 ପ୍ରତାରଣା  କରି  ଗଲୁ ବହୁ ଦୂର 

      ପାରୁନି ଆଖିରେ ଧରି 

  ବିଛେଦ ନିଆଁରେ  ଜଳେ ସିନା ଆଜି 

       ମୋ ପ୍ରେମ ଯିବନି ମରି ll7



Rate this content
Log in