Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ପ୍ରସିଦ୍ଧ ଦଶହରା

ପ୍ରସିଦ୍ଧ ଦଶହରା

1 min
173


ଆସ ଭାଇ ବୁଲି ଯିବା ଦଶହରାକୁ

ଦେଖିବା ଥରେ ଆମ କଟକ ସହରକୁ ।


ପ୍ରତି ସାହି ସାହିରେ ମେଢ଼ ହୋଇଛି

ଆକର୍ସଣୀୟ ତୋରଣ ମନ ନେଉଛି ।


ଭଳିକି ଭଳି ଜିନିଷ ଆସିଛି ସେଠି

ଆସ ଭାଇ ସଭିଏଁ ହେବା ଏକାଠି ।


ବରଷକେ ଥରେ ଦଶହରା ପର୍ବ ଆସିଛି

କାଶତଣ୍ଡି ଫୁଲେ ଧରା ନାଚି ଯାଉଛି ।


ଶରଦ ରେ ଆକାଶ ନିର୍ମଳ ହୋଇଛି

ପୂଜା ପାର୍ବଣରେ ମନ ଝୁମି ଯାଉଛି ।


ଆସ ଭାଇ ଭଉଣୀ ପ୍ରସିଦ୍ଧ ପୂଜା ଦେଖିବା

ଆମ ଦୁର୍ଗା ପୂଜାରେ ମଜା କରିବା ।


ଭକ୍ତି ଭାବ କୁ ନେଇ କରିବା ଦର୍ଶନ 

ମା ଙ୍କ ଧରା ଧାମକୁ ହୋଇଛି ଆଗମନ ।


ରାବଣ ପୋଡି ଆମେ ଦେଖି ବାକୁ ଯିବା

ଅଧର୍ମ ଉପରେ ହୁଏ ଧର୍ମର ବିଜୟ ଆମେ ଜାଣିବା ।


ରାମ ଏହି ଦିନ ରାବଣକୁ କରି ଥିଲେ ନିଧନ

ଶହେ ଆଠ ନୀଳ ପଦ୍ମ ମାଙ୍କୁ ଦେଲେ ରାଜୀବ ଲୋଚନ ।


ଏହି ଦିନ ବିଜୟା ଦଶମୀ ନାମେ ପରିଚିତ ହେଲା

ଆମ ଦଶହରା ଜଗତ ରେ ପ୍ରସିଦ୍ଧ ହୋଇଲା ।


Rate this content
Log in