Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
221



   

ଏମିତି ମନଟେ ରହିଛି କାହାର

          ଯେଉଁଠି ପ୍ରେମ ନଥାଏ ?

ଏମିତି ଆଖି କି ରହିଛି କାହାର

           ଯାହା ଲୁହ ନ ଗଡ଼ାଏ ?


ଏମିତି ଓଠଟେ ରହିଛି ଯେ କେବେ

            ନ ଚାହେଁ ପ୍ରିୟ ପରଶ ?

ଏମିତି ଶିଶୁଟେ କାହିଁ ଅଛି ଯିଏ

             ହସେନା ନିରୁତା ହସ ?


ଏମିତି ଗଭାଟି ରହିଛି କାହାର 

            ନ ଚାହେଁ ଯିଏ ଗଜରା ?

ଏମିତି ନଦୀଟେ ବହୁଛି ଯେ କେବେ

             ସାଗରେ ନ ଦିଏ ଧରା ?


ଏମିତି ଫୁଲଟେ ଫୁଟିଛି କି କେବେ

             ଭେଟିନି ଯିଏ ଭ୍ରମର ?

ଏମିତି ସିନ୍ଥିଟି ରହିଛି କାହାର

              ନ ଚାହେଁ ଯିଏ ସିନ୍ଦୂର ?


ଏମିତି ରକତ ବହୁଛି କା ଦେହେ

              ରଙ୍ଗ ନୁହେଁ ନାଲି ଯା'ର ?

ସାନ, ବଡ଼ ଆଉ ତୋର ମୋର ଭାବ

               ବୃଥା ଖାଲି ଅହଙ୍କାର। 


ଏମିତି ମଶାଣି ରହିଛି କି କାହିଁ

               ଯହିଁ ଅଛି ଭେଦଭାବ?

ଏମିତି ହୃଦୟ ରହିଛି କାହାର

               ଯହିଁ ନାହାନ୍ତି ମାଧବ ?



Rate this content
Log in