ପ୍ରଶ୍ନ ବନ୍ଦୀ ............
ପ୍ରଶ୍ନ ବନ୍ଦୀ ............
ଉଲ୍ଲସିତ ପୁଲକ୍କିତ ମନ ହୁଏ କିଛି ସପନେ,
ଦିପ୍ତିମନ୍ତ ହୋଇ ତୃପ୍ତି ଭରେ ମନ ଗହନେ.
କିଛି ସୁପ୍ତ ଅବା କିଛି ଜାଗ୍ରତ ସ୍ମୃତି ମାଗଇ ଉତ୍ତର ,
ଭିନ୍ନ ଭିନ୍ନ ସ୍ଥିତି ରେ କରିଥିବା କିଛି ପ୍ରଶ୍ନର .
ଅତୀତର କାରାଗାରେ ବନ୍ଦୀ ଅଟଇ ,
ବର୍ତ୍ତମାନ ର ଆଲୋକେ ଚାହେଁ ମୁକ୍ତ ହେବା ପାଇଁ .
ସମୟ ତଥିଲା ତା ସାକ୍ଷୀ,
ବେଗେ ଚାଲିଗଲା ସେ ଉଡ଼ନ୍ତା ପକ୍ଷୀ.
ଏବେବି ସେ ପ୍ରଶ୍ନ ଅଛି ତା ବନ୍ଦୀ ଗୃହେ ,
ଉତ୍ତର ର ଅପେକ୍ଷା ରେ ଆଖି ମେଲି ଚାହେଁ .
କାହିଁ ଗଲା ବାଲ୍ୟ କାଳ ବନ୍ଧୁ ମେଳ?
କାହିଁ ସେ ହସ କାନ୍ଦ ରାଗ ରୁଷା ବେଳ ?
କାହିଁ ଗଲା ବିଦ୍ୟାଳୟ ଠାରୁ ବିଦ୍ୟାଳୟ ଯାତ୍ରା ?
ପ୍ରାଥମିକ ସ୍ଥରୁ ପୁଣି ଉଚ୍ଚ ବିଦ୍ୟାଳୟ ରାସ୍ତା .
ଥିଲା ତ କଠିନ କିନ୍ତୁ ଆବେଗରେ ଭରା ,
ମନ ଥିଲା ସ୍ବପ୍ନ ଓ ନୂତନ ଲକ୍ଷେ ଭରା .
ଉଚ୍ଚ ବିଦ୍ୟାଳୟ ଛାଡି ମହାବିଦ୍ୟାଳୟ ଯାତ୍ରା ,
କାହିଁ ସୃଷ୍ଟି କଲା ଭିନ୍ନ ଏକ ଜୀବନ ର ରାସ୍ତା ?
କାହିଁ ହଜି ଗଲେ ସାଥୀ ଓ ତାଙ୍କ ମେଳ?
ମନେ ଥାଇ ଦୂରେ ଗଲେ ରଚିବାକୁ ନିଜ ନିଜ ଖେଳ !
ଯୌବନର ମାଦକତା କରିଲା କି ମାତାଲ ?
ଭିନ୍ନ ଭିନ୍ନ ରସେ ମଜ୍ଜି ଛନ୍ଦି ହେଲେ କି ଛନ୍ଦିଲା ସମୟ ଜାଲ?
ବୁଢିଆଣୀ ଜାଲ ପରି ବାନ୍ଧିଲା କାମନା ର ଜାଲ,
ବାସନା ଓ ସଂସାର ମୋହେ ଚେତା ହୀନ ହେଲା ମନ କିଛି କାଳ .
ପ୍ରୌଢ଼ତ୍ୱ ପ୍ରାପ୍ତି ରେ କାହିଁ ଖୋଜେ ଅତୀତର ସ୍ମୃତି?
କାହିଁ ବାନ୍ଧେ ବିଖରିତ ଅତୀତରୁ କିଛି ମଧୁ ପ୍ରୀତି ?
ଉତ୍ତର ତ ଅଛି କିନ୍ତୁ କାହିଁକି ବା ଆସିବ ସେ ପାସେ?
ମୁକ୍ତ କାହିଁ କରିବ ପ୍ରଶ୍ନ କୁ !ଅମୁଲ୍ୟ ସମ୍ପଦ ସେ .
ଅତୀତର କାରାଗାରେ ଥାଉ ସେ ସ୍ମୃତି ହୋଇ ,
ରହି ଥାଉ ମନ ମାନସେ ସେ ସଦା ସାଥୀ ହୋଇ .
ସେ ବନ୍ଦୀ ଯେ ଜାଗ୍ରତ, ସତ୍ୟ ର ପ୍ରତୀକ ,
ମୁକ୍ତି ନୁହେଁ ସେ ମୁକ୍ତ କରେ ମନକୁ ଦେଇ ନୂତନ ଆଲୋକ .
ସେ ବନ୍ଦୀ କିନ୍ତୁ ମୁକ୍ତ ତାର ଦ୍ୱାର,
କ୍ଷତାକ୍ତ ହୁଏ କେବେ ପାଇ ଉତ୍ତରେ ନିଷ୍ଠୁର ପ୍ରହାର .
ତଥାପି ସେ ନିର୍ମଳ ଓ ସୁନ୍ଦର ,
ରହି ଥାଉ " ପ୍ରଶ୍ନ ବନ୍ଦୀ " ପ୍ରତୀକ ସେ ସବୁ ଆନନ୍ଦର .
ସେ ପ୍ରଶ୍ନ ବନ୍ଦୀ କିନ୍ତୁ ଅନ୍ତ ନାହିଁ ତାର ,
ତା ବାଣ ବିନ୍ଧଇ ଲକ୍ଷ ବାରମ୍ବାର .