Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Triphathy

Inspirational Others Children

3  

Nrusingha Narayan Triphathy

Inspirational Others Children

prompts 13 ସାଙ୍ଗସାଥି

prompts 13 ସାଙ୍ଗସାଥି

1 min
183



ରାମ ଦାମ ଗୀତା ଭାଇ ଓ ଭଉଣୀ

ମିଶିକି ଖେଳିବା ଖେଳ

ସାଥି ହୋଇ ଆମେ ନାଚିବା ଗାଇବା

ଖେଳିବା ହୋଇକି ମେଳ l


ଟିକି ଟିକି ଆମ ପାଦରେ ଚାଲିବା

ହାତକୁ ହାତରେ ଛନ୍ଦି

ହସି ଖେଳି ନାଚି ଉଠିବା ବସିବା

ପାଇବା ମନରେ ଶାନ୍ତି l


ସାଙ୍ଗ ଅଟେ ବନ୍ଧୁ ଘନିଷ୍ଠ ନିଜର

ବିପଦରେ ସାହା ହୁଏ

ସାଙ୍ଗର ପାଖରେ ମନର ଭାବକୁ

ନିଃସଙ୍କୋଚେ କହି ହୁଏ ।


ସାଙ୍ଗର ମେଳରେ ଆନନ୍ଦେ ଉତ୍ସାହେ

ନାନା କାମ କରି ବସୁ

ମନ୍ଦ କାମ ଠାରୁ ଦୂରରେ ରହିଲେ

ସମାଜେ ନାମ ରଖିବୁ l


ସୁସଙ୍ଗ ସାଥିରେ ସମ୍ପର୍କ ରଖିଲେ

ଜ୍ଞାନ ବୃଦ୍ଧି ହୋଇଥାଏ

କୁସଙ୍ଗ ସାଙ୍ଗରେ ସମ୍ପର୍କ ବଢିଲେ

ସଦା ନିନ୍ଦା ପାଇଥାଏ l


ପଢିବା ସମୟେ ସାଙ୍ଗ ସାଥି ମେଳ

ଜୀବନରେ ମିଳେ ନାହିଁ

ସାଙ୍ଗ ସାଥି ହୋଇ ସମ୍ପର୍କ ରଖିଲେ

ନିଃସଙ୍ଗତା ଆସେ ନାହିଁ l


ସାଙ୍ଗ ସାଥି ପାଇଁ ଦରକାର ନାହିଁ

ବର୍ଣ୍ଣ ଜାତି ରଙ୍ଗ ଧର୍ମ

ସାଙ୍ଗ ସାଥି ଲାଗି ନଥାଏ ଲୋଡ଼ାଯେ

ବୟସ ଠିକଣା ଘର l


ସାଙ୍ଗ ଜାଣିଥାଏ ସାଙ୍ଗର ମହତ୍ତ୍ୱ

ବିପଦେ ସାହାଯ୍ୟ କରେ

ସୁଦାମା ବ୍ରାହ୍ମଣ କୃଷ୍ଣଙ୍କ ସଙ୍ଗାତ

ବର୍ଣ୍ଣିତ ଯେ ପୁରାଣରେ l


ସାଙ୍ଗ ସାଥି ମେଳେ ଥିଲେ ଆମ୍ଭେମାନେ

ଆନନ୍ଦ ବିଭୋର ହେଉ

ମନୁ ଦୁଃଖ କଷ୍ଟ ହଜିତ ଯାଏତ

ଦେଖିକି ପୁରୁଣା ବନ୍ଧୁ l


ସାଙ୍ଗ ସାଥି ଆମ ପ୍ରେରଣା ର ଉତ୍ସ

ସହାୟକ ଉନ୍ନତିରେ

ସତ ସଙ୍ଗ କଲେ ଜୀବନ ମଧୁର

ଈଶ୍ୱରଙ୍କ ବିଶ୍ୱାସରେ ।


Rate this content
Log in

Similar oriya poem from Inspirational