ପ୍ରଣବ
ପ୍ରଣବ
ସର୍ବୋତ୍ତମ ମୁଁ
ସୁରକ୍ଷିତ ଆଉ ଶ୍ରେଷ୍ଠ
ଚଉଦିଗେ ଯାହା ଅଛି ସୁଖ
ସେସବୁ କେବଳ ହିଁ ମୋର
ମୁଁ ଅଧୀଶ୍ଵର ।
ମୁଁ, ନିଜ ମଧ୍ୟେ ଏକ ଶୂନ୍ୟ ସ୍ଥାନ
କେନ୍ଦ୍ରାକର୍ଷୀ ଅନ୍ଧ କୃଷ୍ଣଗର୍ତ୍ତ,
ଅହଙ୍କାର ସର୍ବସ୍ୱରେ ପ୍ରଲମ୍ବିତ
ଅବିଶ୍ୱାସ ବାଦ ନିରୀଶ୍ୱର
ଅଦୃଶ୍ୟ ଦୁର୍ଭେଦ୍ୟ ଅଟେ
ତାହାର ପ୍ରାଚୀର ।
ଅଛି ବୋଲି ପୃଥିବୀ ତ
ସମ୍ଭବିଛି ଜାତି ଜାତି ପ୍ରଜାତି ମଣିଷ,
ମୁଁ ଆମ୍ଭେ ତୁମେର ରହିଅଛି ସ୍ଥିତି
ଏ ସମୃଦ୍ଧ ବର୍ତ୍ତମାନ ମହାକାଳ
ଭୂତ ଓ ଭବିଷ୍ୟ
ଗତିସ୍ଥିତି ସମୟର ଲୁଚକାଳି ଖେଳ ।
ଶବ୍ଦ ଆସୁରିକ ମୁଁ
ଧ୍ୱଂସ କାରୀ ପ୍ରତିକୂଳ ବିଷମ ମୁଁ କାର,
ଅମୃତ ଫଳ ବିଶ୍ୱାସ ଈଶ ଉପାସନା
ଅନୁକୂଳ ସ୍ଥିତି ସୁସଂସ୍କାର
ସ୍ୱଚ୍ଛନ୍ଦ ସ୍ୱସ୍ତିକ ବିନ୍ଦୁ ଅଟଇ ଜୀବନ
ଅତଏବ ଭଜମନ ପ୍ରଣବ ଓଁକାର ।