STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ପ୍ରମାଦ

ପ୍ରମାଦ

1 min
322



ସଂସାରର ଏବେ ପରିସ୍ଥିତି ଦେଖି

ସଭିଙ୍କ ଜୀବନ ପ୍ରମାଦ ପୂର୍ଣ୍ଣ,

କୀଟ ଠୁଁ ମାନବ ବଞ୍ଚୁଛନ୍ତି ଏବେ 

ସମସ୍ୟା ଘେରରେ କାଟି ଜୀବନ l

ଜଳବାୟୁ ଏବେ ପ୍ରଦୂଷଣ ଭରା

ଅମ୍ଳଜାନ ସେ ତ ଯାଉଛି କମି,

ଜଳସ୍ତର ଦିନୁ ଦିନେ କମିଯାଏ

ପ୍ରମାଦରେ ଏବେ ସକଳ ପ୍ରାଣୀ l

କେବେ ନିଜ କଲା କୃତ କର୍ମ ପାଇଁ

ଘୋଟିଆସେ ଜୀବନରେ ପ୍ରମାଦ,

ଭୁଲ୍ ପଥରେ ପାଦ ବଢ଼ାଇଲେ

ଜୀବନରେ ଆସିଯାଏ ବିପଦ l

ବୃକ୍ଷର ଛେଦନ ମାନବଙ୍କ ଦ୍ୱାରା 

ସୃଷ୍ଟିରେ ଜୀବଙ୍କ ବଢାଏ ଖେଦ,

ସୃଷ୍ଟିର ଭାରସାମ୍ୟ ନଷ୍ଟ କରି

ଡାକି ଆଣେ ପ୍ରକୃତିରେ ପ୍ରମାଦ l

p>

ସମାଜଟି ଏବେ ବିପଦ ଶଙ୍କୁଳ 

ନର ଓ ନାରୀଙ୍କ ଚଳିବା ପାଇଁ,

ଏକୁଟିଆ କାହିଁ ନାରୀଟିଏ ଏବେ

ଦିବସରେ ମଧ୍ୟ ପାରୁନି ଯାଇ l

ଗାଡି ମଟରର ସଂଖ୍ୟା ବଢିଯାଏ

ପଥେ ଦୁର୍ଘଟଣା ଆଶଙ୍କା ଥାଏ,

ଚୋରି ରାହାଜାନୀ ପକେଟମାରଙ୍କ

ଭୟରେ ଜନତା କାତର ହୁଏ l

ଜଗି ରଖି ଯଦି ଚଳିବା ଜୀବନେ

ଆଶା ଆଶଙ୍କାରୁ ରହିବା ଦୂରେ,

ସତପଥେ ସଜାଗ ହୋଇ ଚଳିଲେ 

ପ୍ରମାଦ ଆସିବ ନାହିଁ ପଥରେ l

ପ୍ରମାଦରେ ଗ୍ରସ୍ତ ମାନବ ହୋଇଲେ 

କରିପାରେ ନାହିଁ କିଛି ପ୍ରଗତି,

ଏକା ସାହା ପ୍ରଭୁ ଜଗତ କରତା

ପ୍ରମାଦ ବେଳରେ ସାହା ହୁଅନ୍ତି ll



Rate this content
Log in

Similar oriya poem from Inspirational