Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Inspirational Children

4  

Kishore Nayak

Inspirational Children

ପ୍ରକୃତି ବର୍ଣ୍ଣନା

ପ୍ରକୃତି ବର୍ଣ୍ଣନା

1 min
340



କି ସୁନ୍ଦର ଏଇ ପ୍ରକୃତି କୋଳ !

ତୁଳନା ତାହାର ନାହିଁ 

ତା'ର ସମ ଆଉ ଦ୍ୱିତୀୟ ପୃଥିବୀ 

ଅଛି କି କେଉଁଠି କାହିଁ? ll


ଜୀବନ ସମ୍ଭବ ହୋଇଛି ଯେଉଁଠି 

ସେତ ଏ ସୁନ୍ଦର ଧରା 

ନର ପଶୁ ପକ୍ଷୀ କୀଟଠୁ ପତଙ୍ଗ 

ବୃକ୍ଷ ତରୁ ଲତା ଭରା ll


ସାଗର ସରିତ ଗିରି ପରବତ 

କେତେ ବନ ଉପବନ 

ବ୍ୟସ୍ତ ଜନପଦ ଉଚ୍ଚ ମାଳଭୂମି 

ବନ୍ଧୁର ଶିଳାରେ ପୂର୍ଣ୍ଣ ll


ଆଶ୍ଚର୍ଯ୍ୟ ଚକିତ ପ୍ରକୃତି ବିଦିତ 

ବିଭାମୟ ଜଳରାଶି

ସେ ଜଳରାଶିରେ ପ୍ରବାସୀ ସାରସ 

ଭଙ୍ଗୀରେ କ୍ରୀଡନ୍ତି ଆସି ll


ଅଖ୍ୟାତ ପଲ୍ଲୀରୁ ସୁଦୂର ସହର 

ଯୋଜନ ଯୋଜନ ବାଟ 

ଅଦୂର ସହର ଜନବସତିକୁ 

କେତେଯେ ଗହୀର ପାଟ ll


ଜାତି ଜାତି ଫୁଲ ଜାତି ଜାତି ଫଳ 

ନାନା ପ୍ରଜାତିର ପକ୍ଷୀ 

ସ୍ରଷ୍ଟାଙ୍କର ଏଇ ସୁନ୍ଦର ସୃଷ୍ଟିରେ 

ଜନମିଛି ମଧୁମକ୍ଷି ll


ସବୁଜିମା କ୍ଷେତ ନିର୍ଜନ ପଥ 

ନୀରବ ନିଘଞ୍ଚ ବନ 

ଲୋହିତ ଗୋଧୂଳି ପୂର୍ଣ୍ଣିମାର ଚାନ୍ଦ 

ମୋହିନିଏ ତନୁ ମନ ll


କି ସୁନ୍ଦର ଅଟେ ଏ ଧରଣୀ ରାଣୀ !

ତା'ର ଏ ପ୍ରକୃତି କୋଳ 

ଯେତେ ବର୍ଣ୍ଣିଲେବି ତଥାପି ସରେନି 

ତା'ର ସେ ରୂପ ମଞ୍ଜୁଳ ll



Rate this content
Log in