STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ପ୍ରକୃତି ବଡ ବିଚିତ୍ର

ପ୍ରକୃତି ବଡ ବିଚିତ୍ର

1 min
216


ପ୍ରକୃତିର ବଡ ବିଚିତ୍ର ପ୍ରକୃତ୍ତି

କାହିଁ ନାହିଁ ବର୍ଷା ସୁଷ୍କ ଦିଶୁଅଛି

କାହିଁ ବନ୍ୟା, ବାତ୍ୟା ଭସାଇ ନେଉଛି

କେଉଁଠି ଜଳୁଛି କେଉଁଠି ଭିଜୁଛି

ମାଡି ଆସେ ମହାବିପତି ,

ସତେ ଆସଇ ମହାବିପତି ।।


ଲୁଚକାଳି ଖେଳେ ମଉସୁମୀ ଏଠି

ଲଘୁଚାପ ବର୍ଷା ବରଷେ ଏମିତି

ଖଣ୍ଡପ୍ରଳୟ ୟେ ପ୍ରକୃତି ସରଜେ

ହଜଇ ପୁରୁଷ ବୁଦ୍ଧି ,

ସତେ ଆସଇ ମହାବିପତି ।।


କାହିଁ ସେ ପୁରୁଣା ବରଷା ଲଗନ

ପଞ୍ଚଗ୍ରହକୁଟ ପଡ଼ିଲେ ଶରଣ

ଅମାନିଆ ବର୍ଷା କାହିଁ କେଉଁଠି ବା ହଜିଛି

ଚାଷି ମୁଣ୍ଡ କୋଡ଼ି କାନ୍ଦୁଛି

ସତେ ଆସଇ ମହାବିପତି ।।


ସାଧବ ବୋହୂର ନାଲିପାଟ ଶାଢ଼ୀ

ସାରୁ ଛତା ତଳେ ବେଙ୍ଗ ହୁଳହୁଳି

କଦମ୍ବ ଫୁଲର  ବାଶ କୁ ଚୋରାଇ

ପ୍ରକୃତି ଯାଇଛି ଓଲଟି

ସତେ ଆସଇ ମହବିପତି ।।


ଜଳଦ ଗହଳି  କାହିଁ ନୃତ୍ୟ କେଳି

କରେନି ମୟୂର ଚନ୍ଦ୍ରିକା ତୋଳି

ସପ୍ତବର୍ଣ୍ଣି ଇନ୍ଦ୍ର ଶାୟକ ଅକାଳେ

କେଉଁଠି ବା ଲୁଚି ଯାଇଛି

ସତେ ଆସଇ ମହାବିପତି ।।


ସଜଳ,ସୁନୀଳ ନବଦୁର୍ବାଦଳ

ବିଡ଼ମ୍ବିତ,ବର୍ଷା କରିଛି ଧୂସର

କେଉଁ ଠାରେ ଜଳ ପ୍ଳାବନେ ଭାସୁଛି

ଦିଶୁନାହିଁ ଗତି,ମୁକ୍ତି ,

ସତେ ଆସଇ ମହାବିପତି ।।


ମହାଭୟଙ୍କର ଅଶନି ଗର୍ଜନ

ସୁଖିଲାରେ ବଜ୍ର ନିଅଇ ଜୀବନ

ଜଳି ଜଳାଉଛି ଭସାଇ ନେଉଛି

ହଜିଯାଏ ସୁଖ ଶାନ୍ତି ,

ସତେ ଆସଇ ମହାବିପତି ।।



Rate this content
Log in