ପ୍ରକୃତ ବନ୍ଧୁ
ପ୍ରକୃତ ବନ୍ଧୁ
ମାେ ଜୀବନର ଶେଷ ପୂର୍ଣ୍ଣଚ୍ଛେଦ
ପଡିଯିବା ଆଗରୁ
ହେ ବନ୍ଧୁ ଲେଉଟାଇ ଦେ ଥରେ
ସ୍ମୃତିର ପୃଷ୍ଠା ସବୁ
ହୁଏତ ଅଭିମାନ ଯେତେ ତାେର
ମନରୁ ଭୁଲାଇ ଦେବୁ
ଆନ୍ଦରେ ଆଲିଗଂନ କରି
ଅଶ୍ରୁ ବୁନ୍ଦାଏ ଝରାଇବୁ
ଅଧୁରା ମାେ ସୁନା କୁଡିଆକୁ
ଆଉଥରେ ଯାେଡିଦେଇ ଯିବୁ
ଗାେଲାପ ପାଖୁଡା ପରି
ମାେ ଦେହେ ଝରିପଡୁଥିବୁ
କେମିତି ପଛକୁ ଫେରିଯିବି
କଳ୍ପନାରେ ତ ହଜିଗଲା ସବୁ
କାେଳେ ମାେର ଅଜାଡି ଦେଇ ଖୁସି
ବାଛି ନେଲୁ ମିଛର ଖୁସିକ
ଥରୁଟିଏ ବି ଭାବିପାରିଲୁନି
ତାେ ବନ୍ଧୁ ବିଷୟରେ,
ହସି ହସି ଶାେଇଗଲୁ
କଣ୍ଟାର ଜୁଇରେ
କାହିଁ ସେ ବାସ୍ତବ ଜୀବନ
ମାେ ଲାଗି ହେଲା ସବୁ ଶୂନ୍ୟ
ସାଥୀରେ ବନଂଚିବା ପ୍ରତିକ୍ଷଣ କହି
କରି ଗଲୁ ମାେ ପାଶେ ଅଭିମାନ
ବୁଝିଲୁନି ବନ୍ଧୁତାରେ ଡେଇଁ ଯିବା ପାଇଁ
ନଥାଏ କିଛି ଲକ୍ଷ୍ମଣଗାର,
ବନ୍ଧୁ ପାଇଁ ଲାେଡା ଅଟେ ଖାଲି
ନିର୍ଝରିଣୀ ର ଗାେଟିଏ ସ୍ରୋତ ଧାର