Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ASWINI DASH

Others

3  

ASWINI DASH

Others

ପ୍ରଜାପତିର ଡେଣା- ୮

ପ୍ରଜାପତିର ଡେଣା- ୮

1 min
7.1K


ପ୍ରଜାପତିର ଡେଣା-ସାତ

ସତର୍କତା ସହ ସମାଧାନରେ

କିଛି ପ୍ରଶ୍ନର ସମାପ୍ତି ।

ସବୁ ସୂତ୍ରଙ୍କ ସାହାଯ୍ୟରେ

କିଛି ସନ୍ଦେହ ଶେଷ ହୁଏନି,

ଭୂତଙ୍କ ସହ ଯୁଦ୍ଧ ହୁଏ

ଅଜାଣତେ , ଅଦୃଶ୍ୟରେ ।

ତୋ ଆଡେ ଅନାନ୍ତି କେମିତି

ସେମାନେ,

ଚାଲି ଆସନ୍ତି ତୋ ପାଖକୁ

ଗୋଟେ ଚୁମ୍ବକୀୟ ଆଲିଙ୍ଗନ

ଅବା ଯୁଦ୍ଧ ପିପାସାରେ ।

ସେଇ ରାସ୍ତାରେ ଚାଲୁ ଚାଲୁ

ସଫେଦ୍ ସେମାନେ,

ନିଜକୁ ମାଜନ୍ତି,

ଚିକ୍କଣ କରାନ୍ତି ।

ନିଜ ଆଲୁଅ ହିଁ ତିଆରେ

ନିଜ ପାଇଁ ପଥ,

କାହା ଛାଇରେ ସବୁ ଦିନ ଚାଲି ହୁଏନି,

ନିଜ ସୂତ୍ରରେ

ନିଜକୁ ବାନ୍ଧି ଚଳିବାକୁ ହୁଏ

ନିଜ ଛାଇରେ ।


Rate this content
Log in