Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASWINI DASH

Others

3  

ASWINI DASH

Others

ପ୍ରଜାପତିର ଡେଣା-୪

ପ୍ରଜାପତିର ଡେଣା-୪

1 min
7.2K


ପ୍ରଜାପତିର ଡେଣା-ଚାରି

ସେଇ ଘରର ଭିତର ତମ ଦୃଶ୍ୟ

କେତେ ଚମତ୍କାର

ରହସ୍ୟମୟ!

କେତେ ବାହାରକୁ ଚାଲି ଗଲେଣି,

କେତେ ଜଣ ଅଦୃଶ୍ୟ,

କେତେ ଜଣ ପ୍ରସ୍ତୁତ ହେଲେଣି ।

କ୍ଳାନ୍ତ ତୁ !

ଅଟକି ଯାଇଛୁ ।

ସେମାନଙ୍କ ଛାଇ ମଗ୍ନ କରିଛି ତୋତେ,

ଘର କାନ୍ଥ ପରି ବୋଝ

ତୋ ଦେହରେ ।

ଘରର ଆକର୍ଷଣ କିଛି କ୍ଷଣ ପାଇଁ

ତିଆରେ ମାୟାର ଜାଲ ।

ଆତ୍ମୀୟତା ବୁଢୀ ଅସୁରୁଣୀର ଖେଳ ପରି

କୁହୁକ ସିଂଦୁକ ପେଡ଼ି,

ଆଈର କାହାଣୀ ।

ସେଇ ବର୍ଷା କଣ ମନା କରେ

ଭିଜିବାକୁ ,

ତୋ ଚର୍ମ କଣ ସଞ୍ଚିପାରେ

ବ୍ରହ୍ମର ତେଜ !!

ଘର ବାହାରେ ଶକ୍ତିମାନ୍ ତୋ ଡେଣା,

ମେଘ ଉପରକୁ ଉଡି ଉଡି ଯା’

ଆକାଶର ଶିଖା ଆଡେ।


Rate this content
Log in