Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Romance

2.4  

PUSPALATA SAHOO

Romance

ପ୍ରିୟତମା

ପ୍ରିୟତମା

1 min
223


ପ୍ରାଣପ୍ରିୟ ତୁମେ କାହିଁ ଗଲ ଚାଲି

ତୁମକୁ ଏ ମନ ଝୁରେ ।

ଦେଖିଯାଅ ଥରେ ତୁମ ପ୍ରିୟା ଆଜି

ତୁମ ବିନା ସତେ ମରେ ।

ଅନଳେ ଯେପରି ଦେଇଥାଏ ଝାସ

ଛୋଟିଆ ପତଙ୍ଗ ଟିଏ ।

ବିରହ ପ୍ରେମିକା ଯେସନ ଝୁରଇ

ପ୍ରେମିକର ପାଇଁ ସିଏ ।

ଅନ୍ତରେ ବେଦନା ଅସରନ୍ତିକୋହ

ରହିଛି ମୋ ଛାତି ତଳେ ।

ଭରି ଯାଇଅଛି ତୁମ ପାଇଁ ପ୍ରିୟା

ଲୁହ ଯେତେ ଆଖିପରେ ।

ସପନେ ଆସୁଛ ସତରେ ଆସୁନ

ଛାଇ ଵାଦଲର ଖେଳେ ।

ତୁମ ସ୍ମୃତି ସବୁ ଲୁଚକାଳି ଖେଳେ

ମୋ ମନ ଆକାଶ ତଳେ ।

ଚାତକ ପରି ମୁଁ ଚାହିଁଛି ତୁମକୁ

ଫେରି ଆସ ତୁମେ ଥରେ ।

ଦେଉଛି କଥା ମୁଁ ରହିବି ସାଥିରେ

ହାତ ରଖି ମଥା ପରେ ।

ତୁମେ ମୋ ଅତୀତ ତୁମେ ଭବିଷ୍ୟତ

ତୁମେନ୍ହିତ ବର୍ତ୍ତମାନ ।

ତୁମରି ଭିତରେ ଖୋଜେ ମୋ ନିଜର

ସ୍ମୃତିର ପାଖୁଡା ମାନ ।


Rate this content
Log in

Similar oriya poem from Romance