Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ପ୍ରିୟତମା

ପ୍ରିୟତମା

1 min
258



ରଙ୍ଗରେ ରଙ୍ଗିଛି ଫଗୁଆ ଫଗୁଣ 

 ଠାର ମାରିଲାଣି ପଣତକାନି 

ପାଖକୁ ଟିକିଏ  ଲାଗ ପ୍ରିୟତମା

  ପୀରତି ପସରା ନୈବେଦ୍ୟ ଘେନି ,

     ଋତୁରାଜ ଆଗମନୀ ;

ବଉଳ ବାସର  ମହକ ତାଳରେ    

ଗାଇବା ପ୍ରେମର ମନ୍ତର ଧ୍ବନୀ...0


ମନେ ଆଶା ବାନ୍ଧି ଭାବେ ଭାବ ଛନ୍ଦି 

 ରୂପର ପସରାରେ ଯାଇଛି ହଜି

ସଦ୍ୟସ୍ନାନ ବାସ୍ନା ବିଭୋର କରୁଚି 

ଭାସେ ତୁମ ହାସ୍ୟ ହସ ମୁଖରାଜି ,

    ମନଟା ହେଲାଣି ଭାଜି ;

ପ୍ରଣୟ ପିୟୁଷେ ତୃଷ୍ଣା ମୋ' ମେଣ୍ଟାଅ

 ପ୍ରୀତିଦାନ କର ପ୍ରଣୟୀ ସାଜି....୧

  

କ୍ଷୀଣ କଟୀ ସଜ ସତେ ଲତା ରାଜ 

 ବାହୁପରେ ମୋର ଆସରା ନେଇ

ଗଭା ଗଜରାର ସୁଗନ୍ଧେ ହଜାଅ

 ବିରସ ରସର ବେଦନା ଛାଇ ,

    ପ୍ରେମ ହେଉ କାଳଜୟୀ ;

ମନର କାମନା ଲୀନ କର ଲିନା 

ପିରତୀ ପସରା ନୈବେଦ୍ୟ ଦେଇ....୨


Rate this content
Log in