Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Tragedy

3  

Saroj Kumar Jena

Tragedy

ପ୍ରିୟା ସାଜିଲା ମହାକାଳ ଫଳ

ପ୍ରିୟା ସାଜିଲା ମହାକାଳ ଫଳ

1 min
647


ସରୋଜ କୁମାର ଜେନା


ମୋ ଜୀବନକୁ ଦେଇଣ ଜଳାଞ୍ଜଳି

ପାଇଥିଲି ତୋତେ ଭଲ ,

ଭଲ ପାଇବାର ଉପହାର ଦେଲୁ

ପାଇଗଲି ଭଲ ମୁଲ ...।୧।

ଆଖି ଆଜି ମୋର କାନ୍ଦୁ ନାହିଁ ପ୍ରିୟା

କାନ୍ଦୁଛି ମୋର ହୃଦୟ ,

ତୋର ବଡ଼ ପଣ ଅଟେ ଭାରି ଟାଣ

ଜାଣିଲି ତୁହି ନିର୍ଦୟ ...।୨।

ଲତା ଓହଳରେ ଝୁଲୁଥିଲୁ ତୁହି

ଥିଲୁ ମହାକାଳ ଫଳ,

ସେ ଫଳକୁ ମୁହିଁ ତୋଳି ଆଣିଥିଲି

ସଜେଇବାକୁ ମହଲ ...।୩।

ସାଜି ମହାକାଳ ପ୍ରେମରେ ବୋଳିଲା

ମୋ ମନରେ ଲାଲ୍ ରଙ୍ଗ ,

ଗର୍ଭ ରଙ୍ଗ ବୋଳି କରିଲା ବିଲିନ

ଦେଖାଇଲା ପ୍ରେମ ଢଙ୍ଗ ..।୪।

ତୋହରି ପ୍ରେମକୁ ମଣୁ ଏକ ଫଳ

ସଭିଙ୍କୁ ରୁଚି ଚଖାଉ ,

ଫଳ ପରି ପଚି ହୋଇବୁ ବିଲିନ

ନଥିବ ତୋହରି ଭାଉ ...।୫।

ମୋହରି ପ୍ରେମକୁ କରିଲୁ ନିର୍ଘାତ

ଦେଲୁ ମୋତେ ପ୍ରତାରଣା ,

ଭୁଲ୍ ବାଟରେ ପାଦ ମୁଁହିଁ ଥାପିଣ

ହୋଇଗଲି ବାଟବଣା ...।୬।

ପ୍ରେମ କରି ଏଠି ଯାହାମୁଁ ପାଇଲି

ନିଇତି ହେଉଛି ଝୁରି ,

କାହାରି ଭାଗ୍ୟରେ ଏପରି ଦୁର୍ଦ୍ଦଶା

ଦିଅ ନାହିଁ ହେ ସୁନ୍ଦରୀ ...।୭।


( ବାଲିଝରୀ, ନରସିଂହପୁର,କଟକ)

ମୋ/୯୩୪୮୭୮୩୭୯୧


Rate this content
Log in

Similar oriya poem from Tragedy