Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା-୫୧

ପ୍ରିୟା-୫୧

1 min
158


ଚନ୍ଦ୍ରଭାଗା କୂଳେ

ନିତି ସଂଜ ବେଳେ

ଚାନ୍ଦକୁ ମୁଁ ଖୋଜୁ ଥାଇ

କୋଣାର୍କ ଶିଳାରେ

ତୁମକୁ ଦେଖି ଗୋ

 ଚାନ୍ଦ କାନ୍ଦେ କଇଁକଇଁ

 ବହି ଗଲା ହେଇ ନଈ ।

ଚାନ୍ଦିପୁର ଯାଇ

ଚାନ୍ଦକୁ ନପାଇ

ହେଲି ସିନା ହାଇଁ ପାଇଁ

ତୁମ ରୂପେ ରୁଷି

ବୁଲୁ ଥିଲା ଏକା

ସାଗର ବେଳାରେ ଯାଇ

ଜୁଆର ନେଲା ଭସେଇ ।

ଗଲି ଚନ୍ଦ୍ରପୃଷ୍ଟ

କରି ବହୁ କଷ୍ଟ

 ଚାନ୍ଦକୁ ପାରିବି ଦେଖି

ନିଜ ମୁହେଁ ନିଜେ

କଳଙ୍କ ବୋଳିଛି

ତୁମକୁ ସୁନ୍ଦର ଦେଖି

ଭସା ମେଘ ଦେଲା ଢାଙ୍କି ।

ବୁଲି ବୁଲି ବୁଲି

ଗଲି ଚାନ୍ଦବାଲି

ଚାନ୍ଦକୁ ଧରିବି ବୋଲି

ଚାନ୍ଦବାଲି ଘାଟେ

ଚାନ୍ଦ ବୁଡ଼ି ମଲା

ତମେ ଅଛ ସେଠି ବୋଲି

ତୁମ ମାୟାରେ ବାଇଆ ହେଲି ।

ତୁମେ ପ୍ରିୟା ଚାନ୍ଦ ମୁହିଁ

କୁହ ପାଇ ପାରିବି କି ନାହିଁ ?

ପ୍ରିୟା.....................।



Rate this content
Log in

Similar oriya poem from Romance