ପ୍ରିୟ ଶିକ୍ଷକ
ପ୍ରିୟ ଶିକ୍ଷକ


ଅତି ସାଧା ସିଧା ଲୋକଟି
ଧୋତି କୁରୁତା ଧଳା,
ଗୋରାଦେହ ଚୁଟି ପତଳା
ପଦେ ଚପଲ କଳା।
ଚାଲି ଗଲେ ବାଟେ ଭେଟନ୍ତି
ଯେତେ ଅଚିହ୍ନା ଚିହ୍ନା ,
ସବୁରି ଭିତର ସରାଗ
ଗୁରୁ ସ୍ଵୟଂ ସମ୍ପୂର୍ଣ୍ଣ।
ଅଳପ କଥାରେ ବହୁତ
ଭାବ ଦିଅନ୍ତି ବୋଳି,
ସରଦ୍ଧା ବତ୍ସଳ ସ୍ଵଭାବ
ଛାତ୍ର ନିଅନ୍ତି ତୋଳି।
ସହକର୍ମୀ ମାନେ ମାନନ୍ତି
ଦେଖି ଉଦାର ଧନ ,
ରାଗିବାର କେବେ ଦେଖିନି
ସଦା ସରଳ ମନ।
ସାହିତ୍ୟ ଗଣିତ ବୁଝାନ୍ତି
କଳା ପଟାକୁ ଦେଖି,
ହସ୍ତାକ୍ଷର ନିତି ଦେଖନ୍ତି
ନାଲି ଅକ୍ଷର ଲେଖି।
ତାଙ୍କ ହାତେ କେବେ ଦେଖିନି
ଛାଟ ଧରିବା ଗୁଣ ,
ଶିକ୍ଷକତା ଭାବମୂର୍ତ୍ତିର
ଧରା ପଡିନି ଖୁଣ।
ପ୍ରାଥମିକ ବିଦ୍ୟାଳୟରେ
ଥିଲେ ପ୍ରଧାନ ଗୁରୁ,
ଷାଠିଏ ବରଷ ତଳର
ଛାତ୍ରଜୀବନ ସୁରୁ।
ଛାତ୍ରବି ଆଗକୁ ଶିକ୍ଷକ
ସମ ବୃତ୍ତିରେ ରହି
ତାଙ୍କ ଆଦର୍ଶକୁ ଝୁରୁଛି
ସବୁ ନପାରେ କହି।
ଭୁବନ ଆନନ୍ଦ ବିଶ୍ଵାଳ
ନାମ ସାର୍ଥକ କରି,
ରଙ୍ଗମଂଚ ପରେ ବିଦାୟ
ଯଶ ଗାଇଛି ବରି।