Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Chinmaya Nayak

Others

3  

Chinmaya Nayak

Others

ପ୍ରିୟ, ପୁରୁଣା ଦିନର ସାଥି,

ପ୍ରିୟ, ପୁରୁଣା ଦିନର ସାଥି,

1 min
9


ପ୍ରିୟ,

ପୁରୁଣା ଦିନର ସାଥି,

ଦିନ ସରୁ ଥିଲା ଆଖି ପଲକରେ

ଆଜି ସରେ ନାହିଁ ରାତି।


ସମୟର ଛକି ଶୁନ,

ଦୂରେ ଥାଇ ଆଜି ଝୁରେ ମନ ତୋରେ

ଫେରନ୍ତାକି ସେ ସୁଦିନ।


ତୋତେ ଆଜି ଖୋଜେ ଆଖି,

ମିଳନ୍ତାକି କେବେ, ବସି ତୋ ସଙ୍ଗତେ

କାନ୍ଧେ ତୋର ହାତ ରଖି।


ଦୂରେ ସିନା ଅଛୁ ସାଥି,

ମନ ସଦା ଝୁରେ ତୋର ସଙ୍ଗସୁଖ

ସୁଖଦ ସେ ଅନୁଭୂତି।


ଲେଖୁଛି ତୋ ପାଇଁ ଚିଠି,

ଠିକଣା ହଜିଛି ସମୟ ଝଡ଼ରେ

ତଥାପି ରହିଛି ପ୍ରୀତି।

 

ଇତି

ତୋର ଅତି ପ୍ରିୟ ବାଲ୍ୟ ସାଥି,

କେଜାଣି ତୋ ସାଥେ ଦେଖା ହେବ କେବେ

ଗଣୁଛି ମୁଁ ଦିନ ରାତି। 



Rate this content
Log in