" ପ୍ରିୟ ବନ୍ଧୁ "
" ପ୍ରିୟ ବନ୍ଧୁ "
ନିଆରା ସମ୍ପର୍କେ ନାହିଁ ମୂଲ,
ପ୍ରିୟ ବନ୍ଧୁ ମହକିତ ଫୁଲ ।
ସେ ତ ଏକ ଉତ୍ତମ ସାହାରା,
ବିଚିତ୍ର ପ୍ରେମ ପସରା ଭରା ।
ବିପଦ ସମୟେ ଆଶ୍ରା ଦିଏ,
ପ୍ରିୟ ବନ୍ଧୁ ସେ ହିଁ ହୋଇଥାଏ ।
ଏ ବନ୍ଧୁ ପାଇଁ ଜୀଏଁ ମଣିଷ,
ଦର୍ଶନେ ଯେ ଆଶୀର୍ବାଦେ ଈଶ ।
କୃଷ୍ଣ ସୁଦାମା ବନ୍ଧୁ ସମ୍ମାନ,
ହୃଦୟେ ତ ପବିତ୍ର ବନ୍ଧନ ।
ପ୍ରିୟ ବନ୍ଧୁ ହସ ଓ ଲୁହର,
ସଂପର୍କଟା ବୁଝାଅବୁଝାର ।
ବନ୍ଧୁ ଏ' ସତ୍ୟ ଜୀବନର,
ଭାବନା ତା' ନିଃସ୍ୱାର୍ଥପରର ।
ପ୍ରିୟ ବନ୍ଧୁ ସେ ହିଁ ଶ୍ରେୟ ବନ୍ଧୁ,
ବଚନେ ତାହାର ସତ୍ୟ ମଧୁ ।
ସାହାଯ୍ୟର ହାତ ସେ ବଢ଼ାଏ,
ବିପଦ ଆପଦେ ତୋଳି ନିଏ ।
ତା'ର ସେବାଦାନ ମନୋଭାବ,
ନିଃସ୍ୱାର୍ଥ କାର୍ଯ୍ୟେ ତା' ଦିନ ଯିବ ।
ପ୍ରଶଂସାର ପାତ୍ର ସେ ମଣଇ,
ପ୍ରିୟ ବନ୍ଧୁ ସରି କେ ହୁଅଇ ।
ଜଗତେ ଧନ୍ୟ ଯେ ପ୍ରିୟବନ୍ଧୁ,
ମନମୋହନିଆ ଜଗବନ୍ଧୁ ।