ପ୍ରିତୀ କାନ୍ତ
ପ୍ରିତୀ କାନ୍ତ
ତୁମେ ପ୍ରିତୀ କାନ୍ତ ଜୀବନ ଉପାନ୍ତ
ସୀମାରେଖା ତଳେ ଭେଟ
ଅଚାନକ ଆସି ଆଙ୍କି ଦିଅ କାହିଁ
ପ୍ରଣୟ ର ମାନଚିତ୍ର ।
ମାଗି ନିଅ ସବୁ ବଳକା ନିଦକୁ
ଯାଚି ଦିଅ ପୁଣି ସ୍ୱପ୍ନ
ହେଲେ ମୋର ଡର ରାତି ଅନ୍ଧାରକୁ
କରିବ ଜଟିଳ ପ୍ରଶ୍ନ ।
ଜୀବନ ଅଙ୍କର ଅଛିଣ୍ଡ। ଭଗ୍ନାଂଶ
କଷି କଷି କଟେ ଦିନ
ପାଇବାଠୁ ବେଶୀ ହାରିବା ଭୟରେ
ନିରବି ଯାଏ ମୋ ମନ।
ତଥାପି ହୃଦୟେ ସାଇତି ରଖିଚି
ସେ ନୀରବ ପ୍ରତିଶ୍ରୁତି
ଯେତେ ଦିନ ଦେହେ ଥିବ ମୋ ନିଃଶ୍ୱାସ
ବିଶ୍ୱାସ ହେବନି ଇତି ।
ଭଲ ପାଇବାର ଦୃଢ଼ତାକୁ ନେଇ
ପ୍ରଶ୍ନଟିଏ ରଖିଥିଲି
ଉତ୍ତର ବଦଳେ ମୁହଁକୁ ଲୁଚାଇ
କୁହ କିଆଁ ଗଲ ଚାଲି ..?
ଦେଇଥିବା କଥା ନେବିନି ଫେରାଇ
ଏକଥା ନିଶ୍ଚିତ ସତ
ତୁମ କଥା ତୁମେ କେମିତି ଭୂଲି ଲ
କୁହ ଆହେ ପ୍ରୀତିକାନ୍ତ ...???