ପରିଣତା
ପରିଣତା
ମାଟି ବି ବନିଯାଏ ପଥର,
ପଥର ବାଲି
ବାଲି ପୁଣି ମାଟି,
ଜାଣି ପାରି ନ ଥିଲି ,
ଭୁଲ କରି ଦେଲି କେମିତି ?
ବିଶ୍ୱାସ ଭରା ଗୋଲାପ
ସେ ମାଗି ଥିଲା ,
ଦେଲି ବି ତାକୁ
ଭରି ଆଞ୍ଜୁଳି,କହି ବି ଥିଲି,
ଏ ଗୋଲାପ ଅଟେ
ଆମ ବିଶ୍ୱାସର ପ୍ରୀତିକ,
କାଲି ମୁଁ ରହେ ଅବା ନ ରହେ
ରଖିଥିବ ,
କିନ୍ତୁ
ଗୋଲାପର ବିଶ୍ୱାସ,
ସେ ତ ମଉଳି ଯିବ,
ଶୁଖି ଯିବ, ପୁରୁଣା ଡାଇରି ପୃଷ୍ଠାରେ,
ପାଖୁଡା ସବୁ ହଯାଇଦେଵ
ତା ରଙ୍ଗ ,
ହଜିଯିବ ସୁଗନ୍ଧ,
ଜୀବନ ଆଣି ଥୋଇଦେଵ
ଅନେକ ଜଞ୍ଜାଳ,
ନିଶ୍ୱାସରେ ସଜାଡି ନେବ
ମୋ ସ୍ମୃତିକୁ
ମୁଁ ବଞ୍ଚି ଚାଲିଥିବି
ତୁମ ସହ କବର ପର୍ଯ୍ୟନ୍ତ
ପୃଷ୍ଠଭୂମିରେ
ପ୍ରତାରଣାର ଭୁଜାଲି ମାଡ଼
ରିକ୍ତ ହୃଦୟ,
ଡାକି ଦିଅ ଥରେ ଆସ ବୋଲି
ମୋ କବର ବି ଦେଇ ଦେବ
ତୁମକୁ
ପ୍ରେମ ଓ ନିଷ୍ଠତାର
ପ୍ରମାଣ
ପରିଣତା -------------------!
©®କାଶ୍ୟପ,ରାୟଗଡା ।