ପରୀଟିଏ ମୁଁ ତ
ପରୀଟିଏ ମୁଁ ତ
ଝୁମ ଝୁମ ସ୍ୱର କାହା ପାଉଁଜି ର
ରାତିରେ ଶୁଣିଲି ଦିନେ
ଦେଖିଲି ପରୀଟେ ଘର ଅଗଣାରେ
ବସି ହସୁଥିଲା ମନେ(୧)
ପଚାରିଲି ତାକୁ କାହିଁକି ଆସିଛ
ଘର ଅଗଣାରେ ମୋର
ହସିକି କହିଲା ଚିହ୍ନିକି ପାରୁନ
ମୁଁ ତୁମ ଅତି ନିଜର (୨)
ପରୀଟିଏ ମୁଁ ତ ତୁମରି ମନର
ରୁହେ ତୁମ କବିତାରେ
ନାଚୁଥାଏ ନିତି ତୁମରି ପ୍ରୀତିର
ମଧୁଭରା ସଂଗୀତରେ (୩)