ପ୍ରୀତିର ଗୋଲାପ
ପ୍ରୀତିର ଗୋଲାପ
ତୋଳିବାକୁ ଗଲି ପ୍ରୀତିର ଗୋଲାପ
ହାତେ ଗଳି ଗଲା କଣ୍ଟା
ଯୌବନ ସାଗରେ ଯେତିକି ଜୁଆର
ତା' ଠାରୁ ଅଧିକ ଭଟ୍ଟା ।
ପ୍ରେମର ମହଲ ତୋଳି ଦେଇଥିଲି
ବିଶ୍ୱାସର ରଙ୍ଗ ନେଇ
ସ୍ନେହ ମମତାରେ ବାନ୍ଧି ପାରିଲିନି
ସମ୍ପର୍କର ଦ୍ୱାହି ଦେଇ ।
ହାତ ବଢାଇଲି ସାଥୀ ହେବା ପାଇଁ
ଚାଲିବାକୁ ସାଥେ ସାଥେ
ବୁଝିଲନି କେବେ ବୁକୁ ତଳେ ମୋର
ଅକୁହା ଆବେଗ କେତେ ।
କେବେ ହେଲେ ଦିନେ ଖୋଲି ପଢି ନାହଁ
ମୋ ଜୀବନ ଇତିହାସ
ଦୁଃଖ ଲାଗେ ଯାହା ଦେଇ ପାରିନାହିଁ
ତୁମ ଓଠେ ଧାରେ ହସ ।