ପ୍ରୀତିନନ୍ଦା
ପ୍ରୀତିନନ୍ଦା
ତୋ ଗାଆଁ ସୁରୁଜ ଡୁବିଲେ ଗୋରୀ ଲୋ
ମୋ ଗାଆଁ ରେ ଆସେ ସନ୍ଧ୍ୟା
ସଞ୍ଜ ନଇଁ ଗଲେ ଭାରି ମନେ ପଡୁ
ପ୍ରିୟା ମୋର ପ୍ରୀତିନନ୍ଦା
ଚାଲି ତୋର ଚାଲି ନୁହେଁ ଅଳସୀ ନଈ
ଗୁଣୁ ଗୁଣୁ ଗୀତ ଗାଇ ଯାଉଛି ବହି
ନଈ ପଥ ଧାରେ ଅମାନିଆ ଚୋରା ବାଲି
ଆସି ଗଲେ ପାଦ ଥରେ ମୁହଁ ତୋର ନାଲି
ଫୁଲେଇ ସେ ନଦୀ ତଟରେ ତୋ ବାଟକୁ ଚାହିଁ
ବିତିଯାଏ ମୋର ସନ୍ଧ୍ୟା
ଲାଜକୁଳୀ ଲତା ପରି ଲାଜୁଆ ତୋ କଥା
ସରମି ଚାହିଁଲେ ଗୋରୀ ଜହ୍ନ ପଡେ ଫିକା
କଥା ଲାଗେ ମିଠା ତୋର ହଜିଯାଏ ମନ
ତୋ ହସ ଆଗରେ ସବୁ ତୁଚ୍ଛ ଲାଗେ ଧନ
ଭଲପାଉ ମୋତେ ବୋଲି କହିଦେଲେ ଥରେ
ସରଗ ପଡ଼ିବ ବନ୍ଧା
ପ୍ରିୟା ମୋର ପ୍ରୀତିନନ୍ଦା ।