ପ୍ରୀତି ସ୍ପନ୍ଦନ
ପ୍ରୀତି ସ୍ପନ୍ଦନ
ପ୍ରେମ ଲେଶି ହୁଏ
ଫଗୁଣ ର ରଙ୍ଗ ପରି
କାକର ସହ ଘାସ ଗାଲିଚା ର
ଓଦଳିଆ ସମ୍ପର୍କ ପରି
କୁଆଁରୀ ଦେହରେ
ନଈ ତୁଠ ହଳଦୀ ପରି
ପ୍ରେମ କେବେ ପୁଣି ଧାଉଁ ଥାଏ
ବନ ହରିଣୀ ପରି
କେବେ ପୁଣି ଛାତି ତଳେ ବିଚଳିତ
ରେଳ ଗାଡ଼ିର ଶବ୍ଦ ପରି ଛୁକଛୁକ୍ ଛୁକଛୁକ !!
ସମ୍ଭାଳି ହୁଏନି
ଲଗାମ ଛଡ଼ା ଏ ମନ ଠିକ୍ ଘଡିକେ
ଘୋଡ଼ା ଛୁଟିଲା ପରି
ପ୍ରେମ ପୁଣି କେବେ
ନହୁଲି ଚାଲିରେ ଅଣ୍ଟାରୁ ଖସି ପଡୁଥିବା
ତନୁ ପାତେଳି ର କଳସୀ ପରି
ଆନମନା ହୁଏ ତାଳୁରୁ ତଳିପା
ଶିହରଣ ଖେଳେ ଗଗନେ ପବନେ !!
ପ୍ରେମ କେବେ ଅନ୍ଧର ଅଶ୍ରାବ
ାଡି ସାଜେ
ପୁଣି କେବେ ଦାମ୍ପତ୍ୟ ର ଅହମିକା
ଖାଲ ଢ଼ିପ ରାସ୍ତାରେ ସାଥିଟିଏ ସାଜି
ରାସ୍ତା କଢ଼େଇ ନିଏ ଜୀବନ ର ଅନ୍ତିମ ପ୍ରହର ପର୍ଯ୍ୟନ୍ତ !!
ମନ ଝୁରେ ନିଶ୍ବାସ ପରି ଆତ୍ମା କୁ ଛୁଏଁ ପ୍ରେମ
କେବେ ମହାନ ନାୟକ ସଜାଏ
ପୁଣି କେବେ ସଜାଏ ନିସ୍ବ, ଭୀକ୍ଷୁ
ହୃଦୟ ଟି ସନ୍ତର୍ପଣରେ
ଆଉ କାହା ପାଖେ ବନ୍ଧା ପଡି ସାରିଲା ପରେ !!
ପ୍ରେମ ପୁଣି କେବେ ଅଜଣା ସହରୀ ବାବୁ ପରି
ଅଭୁଲା ସ୍ମୃତି କେତେ ଭେଟି ଦେଇ
ଅପ୍ରତ୍ୟାଶିତ ଭାବେ ଅଶ୍ରୁ ସିକ୍ତ ନୟନରେ
ବିନା ଭାବ ବ୍ୟକ୍ତେ ବିଦାୟ ନେଇ ଚାଲିଯାଏ ପ୍ରେମ !!