STORYMIRROR

Ajaya Kumar Mohanty

Others Tragedy

3  

Ajaya Kumar Mohanty

Others Tragedy

ପରିଚୟ

ପରିଚୟ

1 min
268



ଖୋଜେ ନିରନ୍ତର

ମୁଁ କିଏ

କଣ ପରିଚୟ ମୋର

କେଉଁଠି ମୋ ଘର।


ମଧ୍ଯାହ୍ନରେ ଅନ୍ଧାରର ଭିଡ

ଚାରିଆଡେ କୋଳାହଳ

ମୁଁ କିନ୍ତୁ ନିହାତି ଅକେଲା

ଅଚିହ୍ନା ଚେହେରା ନିଜର।


ଅନ୍ଧାରର କଣ ଠିକଣା

ଶୂନ୍ୟର କି ଥାଏ ସୀମା

ଭୁଗୋଳରେ କି ପରିଚୟ

ନଥିଲେ ଅକ୍ଷାଂଶ ଦ୍ରାଘିମା।


କେମିତି ଖୋଜିବି କୁହ

ଶିଶୁର ହସ ପରି ସକାଳ

ସୂର୍ଯ୍ୟ ସ୍ନାନ କରା ମଧ୍ୟାହ୍ନ

ଅପସରି ଯାଉଥିବା ଅପରାହ୍ନ।


ସ୍ମୃତି ସବୁ ମଲା ଜହ୍ନ

ତାରାରେ ଝଲସେ ଅନ୍ଧାର

ଦିଶାହୀନ ମୁଁ ବାଟବଣା

ଦୃଶ୍ୟ ନୁହେଁ ଧୃବତାରା।


ଅତିକ୍ରାନ୍ତ ସମୟର ଭାର

ବିସ୍ମୃତ ମୋ ଜୀବନର ସ୍ବର

ସ୍ବପ୍ନ ମୋ ଚୋରା ବାଲି

ରାସ୍ତା ଅମୁହାଁ ଅନ୍ଧାର ।


ଶ୍ରାନ୍ତ କ୍ଲାନ୍ତ ଅବସନ୍ନ

ନିସଙ୍ଗ ମୁଁ ଦିଗହରା

କେମିତି ପାରିବି ଖୋଜି

ଲୁପ୍ତ ସରସ୍ବତୀର ଧାରା


Rate this content
Log in