Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUKEYA JABEEN

Others

3.6  

RUKEYA JABEEN

Others

ପରିବାର

ପରିବାର

1 min
142


ରକ୍ତ ସମ୍ପର୍କ ଯେ ଅମୂଲ୍ୟ ସମ୍ପଦ ସୃଷ୍ଟିର,

ତା ବନ୍ଧନର ଛତ୍ର ଛାଉଣୀରେ ହୃଷ୍ଟପୁଷ୍ଟ ହୁଏ ପରିବାର।


ପିତା ମାତା ଦୁଇ ସ୍ତମ୍ଭ ସେ ଘରର,

ମୁଳଦୁଆକୁ ଜାବୁଡ଼ି ଧରେ ଜେଜେ ଙ୍କ ଆଦର।


ଭଲ ଲାଗେ ଭଗିନୀ, ନନ୍ଦିନୀ କୋଳେ ହବାକୁ ଗେଲ,

ସ୍ୱପ୍ନ ରାଇଜେ ମନ ଘୁରେ ଶୁଣି ଜେଜିଙ୍କ ପରି ଖେଳ ।


ବାପା ବଡବାପା ଭଳି ବୟୋଜ୍ୟେଷ୍ଠଙ୍କ ତୀକ୍ଷଣ ଚାହାଣୀ,

ଫେରାଇ ଆଣେ ପାଦ ପଛକୁ ଅସତ୍ ପଥ ଜାଣି ।


ଦାଦାଙ୍କ ପାଖରେ କେବେ ପିଲାଳିଆମି କେବେ ଦୁଷ୍ଟାମୀ,

ମାଡରୁ ଆସରା ଦିଏ ଅପା ଖୁଡୀଙ୍କ ପଣତ କାନି।


ଠାକୁର ଘରେ ପୂଜା ଆଳତି ସକାଳେ ସଞ୍ଜରେ କରନ୍ତି, କାର୍ଯ୍ୟ ଭାର ଯେତେ ଥିଲେ ହେଁ ରାତ୍ରୀ ଭୋଜନେ ଏକାଠି

ମିଳନ୍ତି।


ରୋଷେଇ ଘରୁ ସୁବାଷ ଛୁଟେ ଛୁଙ୍କ ତିନି ପିଢ଼ି ର,

ହୃଦୟ ଜିଣେ ହାତରନ୍ଧା ଆରିସା ଟିଏ ମା' ବୁଢ଼ୀ ର।


ପ୍ରେମ ସ୍ନେହ ଆଦର ଆକଟ ସବୁତ ଏଠି ମିଳେ,

ପରିବାର ଶବ୍ଦ ଟି ଭାରି ନିଆରା ଗଢା ଏକତାର ବଳେ।



Rate this content
Log in