ପ୍ରେରଣାର ଉତ୍ସ, କରୁଣାମୟୀ ନାରୀ
ପ୍ରେରଣାର ଉତ୍ସ, କରୁଣାମୟୀ ନାରୀ
ନାରୀ ଦୁଃଖର ସ୍ରୋତରେ ଭାସି, ପର
ସୁଖକୁ ସାଉଁଟି ନିଏ
ଲୁହ ଲହୁ ସବୁ ନିଜେ ପିଇ ଦେଇ
ଅନ୍ୟକୁ ସଦା ହସାଏ ।
ସେ ତ ପ୍ରେରଣାର ଉତ୍ସ, କରୁଣାମୟୀ
ସହିଷ୍ଣୁତା ଗୁଣେ ପୂର୍ଣ୍ଣ
ଉଦାରତା, ସ୍ନେହ, ମମତାର ଭଣ୍ଡାରେ
ପୂରିଛି ତାହାର ମନ ।
ନାରୀ, କିଏ କହେ ସେ ନାରାୟଣୀ
ସେ ପରା ସର୍ବସଂହା
ସେ ତ ଜାୟା, ଜନନୀ ଓ ଭଗିନୀ
ଏହା ଜାଣନ୍ତି ଦୁନିଆଁ ।
ନାରୀର ଅନ୍ୟ ନାମ ଅଟଇ ଦୁହିତା
ଦୁଇ କୁଳ ପାଇଁ ହିତା
ନିଜକୁ ଜାଳି କରେ ଆଲୋକିତ, ସେ ତ
ପରା ଜଗତ ଜିତା ।
ନାରୀ ଗର୍ଭୁ ନାରୀ ଜନମ ନିଏ
ସେହି ରଖେ ଚାରିକାନ୍ଥେ
କୁଳର ମର୍ଯ୍ୟାଦା ବ୍ରତ, କଡା ନଜର ଥାଏ
ତାର ଗତିପଥେ ।
ସେ ଚାଲେ ଏଠି ପର ରୁଚି ନେଇ,
ନିତି ଦିନ ପରା କରେ ଗତି
ନିଜ ରୁଚିକୁ, କରୁଥାଏ ହତ୍ୟା ସର୍ବଦା
ପଥର କରିଣ ଛାତି ।
ସମାଜରେ ତାର ବ୍ୟକ୍ତି ସ୍ୱାଧୀନତା
ହୋଇଛି ବୃଥା ଛଳନା
ହାଣ୍ଡିଶାଳ ସେଵା ନକଲେ ସେହି ପାଏ ମୂଲ
ଅନେକ ନିର୍ଯ୍ୟାତନା ।
ପୁଅ ଝିଅଙ୍କର ଏକା ଅଧିକାର ଏହା ରହିଛି
ଆଇନର ବହିରେ
ସଭିଏଁ ଭାଷଣେ କୁହନ୍ତି, କାନ୍ଦନ୍ତି
କୁମ୍ଭୀର କାନ୍ଦଣା ଖାଲିରେ ।
କିଛି ନାରୀ ତୋରାଣି କଂସାରେ ନିତି ଯୁଝେ
ତାର ଭାଗ୍ୟ ସହ
ଦୁଶ୍ଚିନ୍ତାରେ ଅହରହ ସିଝୁଥାନ୍ତି ତଥାପି କେବେ
ନହୁଏ ଅସହ୍ୟ ।
ବାସ୍ତବରେ, କାମୁକ ପିପାସା, ବସେ
ରୂପ ଚକଚାକ୍ୟର ଚଉପାଶେ,
ଭୋଗ ଲାଳସାରେ, ମତ୍ତ ହୁଏ ତାଂକର ବିକାର
ବିକୃତି ଆଶେ ।
ବାସ୍ତବରେ ପ୍ରୀତିରେ ପ୍ରତାରଣା, ବିଶ୍ୱାସରେ
ସେମାନେ ବିଷ ଦିଅନ୍ତି
ପୁଅକୁ ଆଦର, ଝିଅକୁ ବୋଝ, ଝିଅ ଘିଅ ବୋଲି
ସର୍ବଦା କହନ୍ତି ।
ପ୍ରଜାପତିର ଡେଣାକୁ ସିନା ରୋକନ୍ତି
ପୁରୁଷ କୈନ୍ଦ୍ରିକ ସମାଜ
ତାହାର ପରିସୀମା ବ୍ୟାପ୍ତ, କୁହ ତାହା କଅଣ
କରିପାରିବକି କେହି ତୁଚ୍ଛ ।
ସହନଶୀଳତା ଧୈର୍ଯ୍ଯ ଧରିବାକୁ ପୁରୁଷ ଦିଏ
ଖାଲି ପ୍ରବଚନ
ଏମନ୍ତ କଥା କହିବା ହାତକୁ ଗୋଡକୁ ତାଂକୁ
ଲାଗୁଛି କି କଅଣ ।