Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Romance

4  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
215


ପ୍ରେମର ପ୍ରଥମ ନାୟିକା

     ଜୀବନେଶ୍ବରୀ ମୋର ,

ପ୍ରେମର ପ୍ରଥମ ସ୍ମୃତିକୁ

       ରଖିଲ ମୋ ଅନ୍ତର । 


  ପ୍ରୀତିକରି ଛାତିରେ ଛାତି

      ମିଶଇ ଯେତେବେଳେ ,

ପ୍ରବେଶେ ନାହିଁ ଆନ କଥା 

      ସେହି ପ୍ରେମର ଭୋଳେ ।


ପ୍ରବଳ ହୁଏ ଉତ୍ତେଜନା

       ଚୁମ୍ବି ଗଣ୍ଡଯୁଗଳ ,

ପ୍ରହତ ହୁଅଇ ସ°କୋଚ

       ଲାଜ ସବୁ ସେ କାଳେ ।


ପ୍ରଚାର ହୁଅଇ ଦୁର୍ନାମ

       ଅସତର୍କ ହୋଇଲେ ,

ପ୍ରତି ପଦେ ପଦେ ବିପଦ

        ପଡେ ପ୍ରେମ କରିଲେ ।


ପ୍ରଫୁଲ୍ଲ ପ୍ରଭାତୀ ପ୍ରମଦା

        ତିନି ପ୍ରେମ କଳିକା,

ପ୍ରମାଣିଲ ପ୍ରେମିକା ରୂପେ

         ତୁମେ କେବଳ ଏକା ।


ପ୍ରଦୀପ ପରାୟ ଜଳିଲ ,

         ମୋ ହୃଦୟ ଆଗାରେ ,

ପ୍ରଚଣ୍ଡ ପବନେ ଲିଭିଲେ 

         ବେନି ଦୀପ ଅଚିରେ ।


ପ୍ରଦାନ କରୁଥାଅ ସଦା

        ସ୍ନେହ ଆଲୋକ ମୋତେ,

ପ୍ରଫୁଲ୍ଲ ନାମକୁ ସାର୍ଥକ 

        କର ପ୍ରଫୁଲ୍ଲ ଚିତ୍ତେ ।


Rate this content
Log in

Similar oriya poem from Romance