ପ୍ରେମରେ ପ୍ରେମରେ
ପ୍ରେମରେ ପ୍ରେମରେ
ରମଣିମଣି ପ୍ରାଣମିତଣି
ଛାଡ଼ି ରହିଲ ଦୂରେ ,
ଜୀବନବନ ହୁଏ ଦହନ
ଯିବ ଶମନପୁରେ ।
ଲେଖନୀଖନି ହୋଇ ସେ ତୁନି
ରହି ନ ଭାଷେ ବେଶି ,
ହରଷରସ ଶୁଖି ନିରସ
ଵିଷାଦ ମନହ°ସୀ ।
ପ୍ରମଦା ମଦାଳସୀ ମୋ ସଦା
ନିକଟେ ଥାଅ ରହି ,
ସୁହାସ ହାସ କରି ମାନସ
ତୋଷ ଦିଅ କରାଇ ।
ଗ୍ରୀଷମ ସମୟରେ ବିଷମ
ତାପ ହୁଅଇ ଯେବେ ,
ନିହାରହାର ପରି ମୋ ହାର
ଶରୀର ତୁମ ତେବେ
ଦୁଃଖର ଖର ଗତି ମୋହର
&
nbsp; ମନ ଆଗାରୁ ଥିଲା ,
ନବିନା ବିନା ଦୁଃଖର ସିନା
ପ୍ରତ୍ୟାଗମନ ହେଲା ।
କନ୍ଦର୍ପ ଦର୍ପ ବଢ଼ି ପ୍ରକୋପ
ହେଲା ବେଳକୁ ବେଳ ,
ମାର୍ଗଣଗଣ କରିଣଟାଣ
ମାରି କଲା ଆକୁଳ ।
ଦୁର୍ଦ୍ଦିନ ଦିନ ନ ସରି ଦୀନ
ଜନ ପରାୟକରି ,
ନାହିଁ ତ ହିତ ଦୁଃଖ ଅଶାନ୍ତ
ଦେଲାଣି ମତେ ସାରି ।
ଅଶୋକଶୋକ ପାଶୋରାଲୋକ
ଅଟ ମୋହର ସିନା ,
ଲୋତକତକ ଗଳେ ଏତକ
ପ୍ରକାଶି ବିଡ଼ମ୍ବନା ।