Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Bharatabandhu Biswal

Romance

3  

Bharatabandhu Biswal

Romance

ପ୍ରେମର ପୁଲକ-୨

ପ୍ରେମର ପୁଲକ-୨

1 min
202



ମୃଦୁ ମନ୍ଦ ମଳୟର ସମ

  ସୁମଧୁର ପ୍ରେମର ପୁଲକ

ଆସିଥାଏ ଜୀବନରେ ଥରେ

  ପରଶେ ତା ଜୀବନ ସାର୍ଥକ ।

ତନୁମନେ ଭରିଦିଏ ରଙ୍ଗ

  ଇନ୍ଦ୍ରଧନୁ ମନର ଆକାଶେ

ନାଚିଉଠେ ସୁନ୍ଦର ପ୍ରକୃତି

  କୁହୁତାନ ପୂରେ ଦଶଦିଶେ ।

ସୁବାସିତ ଚନ୍ଦନ ର ବାସେ

  ମହମହ ଚନ୍ଦ୍ରମା ଜୋଛନା

ଖୋଲିଯାଏ ହୃଦ ସିଂହ ଦ୍ୱାର

 ପକ୍ଷ ମେଲେ କାମନା ବାସନା ।

ଖୋଜେ ଆଖି ମନଲାଖି ସାଥି

 ପୂର୍ଣ୍ଣମାସୀ ପୂର୍ଣ୍ଣ ଆତ୍ମରୂପ

ସମନ୍ୱୟ ମଧୁର ମିଳନେ

 ଅମୃତର ହୁଏ ନବନ୍ମେଷ ।

ପ୍ରେମ ନୁହଁ ଆଜେବାଜେ କଥା

 ହେଉ ହେଉ ହୁଏନାହିଁ ପ୍ରେମ

ରାସ୍ତାଘାଟ ତୋଟା ନଈକୂଳେ

 ପ୍ରେମ ନାମେ ବିକଟ ଉନ୍ମାଦ ।

କୋଟି ନିଧି ସଂସାରରେ ସାର

 ପ୍ରେମ ଅଟେ ଅମୂଲ୍ୟ ରତନ

ଜଳେ ପ୍ରେମୀ ବର୍ତ୍ତିକାର ସମ

 ପ୍ରେମାଲୋକ ସଦା ଦିପ୍ତୀମାନ ।

   


Rate this content
Log in

More oriya poem from Bharatabandhu Biswal

Similar oriya poem from Romance