Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ ଶୁଭ୍ରାଂଶୁ କୁମାର ବେହେରା

Tragedy

4.3  

ଇଂ ଶୁଭ୍ରାଂଶୁ କୁମାର ବେହେରା

Tragedy

" ପ୍ରେମର ପରିଭାଷା "

" ପ୍ରେମର ପରିଭାଷା "

1 min
229


ସେ କେଉଁ ଗ୍ରହର ବକ୍ର ପରିକ୍ରମା

ସେ କେଉଁ ନକ୍ଷତ୍ରର ରୋଷ ,

ତୁମକୁ ଦେଖିବାର ସେ ପ୍ରଥମ ମୁହୂର୍ତ୍ତ

ଅଭିଶପ୍ତ ସମୟର କ୍ରୁଶ ।


ବିଶ୍ଵାସର ଅର୍ଘ୍ୟଥାଳୀ ଧରି ହସ୍ତେ

କରୁଥିଲ ବନ୍ଦାପନା ଛଳନାରେ ,

ସଳିତାରେ ଘୃତ୍ଯ ଲେପ ଦେଇ

ଦୀପଟିକୁ ଭରିଥିଲ ଯେ ନୀରରେ ।


ମୋର ସମୟକୁ କରିଦେଲ ନିଲାମ

ସ୍ଵପ୍ନର ବିଭିଷିକା ରଚିଦେଲ ନିର୍ଦ୍ଵନ୍ଦରେ ,

ମୋ ଆପଣାଠୁ ଆପଣାର ହୋଇ ତୁମେ

ଜହର ଦେଇଗଲ ମୋର ବିଶ୍ଵାସରେ ।


ମୃତ୍ୟୁକୁ ଏ ଜୀବନ ଭୋଗିବା ଆଳରେ

ଲଭିଛି ପ୍ରେମ ବ୍ୟାଧି ଗ୍ରସ୍ତର ବେଦନା ,

ପ୍ରପଞ୍ଚ ଜଞ୍ଜାଳୁ ମୁକ୍ତି ଲଭି ଗଲା ପରେ 

ଆଉ କିଛି ସହିବି ଅଭିନୟର ଯାତନା ।


ତାନ୍ତ୍ରିକର ତନ୍ତ୍ରେ ପ୍ରେମ ନୁହେଁ ପ୍ରଜ୍ଜ୍ଵଳିତ

ଅହମିକା ଅବା ତିକ୍ତ ପ୍ରଣୟରେ ,

ପ୍ରାଣରସ ଭରି ଆପଣାର କୃତାର୍ଥତା

ସମର୍ପଣେ ମୁଖରିତ ହୃଦ ସିନ୍ଧୁ ତୀରେ ।


ପ୍ରେମ ଯେ ସୃଜନ ଆତ୍ମା ବିଜୟର ଭାଷା

ମଧୁର ସେ ତୀବ୍ର ସ୍ଵାଦ ଯୋୖବନରେ ,

ଅଜନ୍ତା ଅନ୍ଧାରୁ ଆଲୋକର ଅନୁଭବ

ରୁଦ୍ଧିମନ୍ତ ହୋଇଥାଏ ମଧୁର ତ୍ଯାଗରେ ।


ହେ ପ୍ରିୟା ପ୍ରୀୟତମା , ହେ ନକ୍ଷତ୍ର ରୂପସୀ

ହୃଦୟରୁ ପୋଛିଦିଅ ସକଳ କ୍ଷୁଦ୍ରତା ,

ନିରବତା ଭଂଗ କରିବା କୁହ ଦୁନିଆକୁ

ତୁମ ନିଷ୍କଳଙ୍କ ଶାଶ୍ଵତ ପ୍ରେମର ସତ୍ୟତା ।


ନିଶୀଥର ବିଳାପରେ ତୁମରି ପ୍ରଣୟ

ସନ୍ନିଧି ଆଶାୟୀ ଆଜି ଭ୍ରମ ପ୍ରମାଦରେ ,

ପାନ୍ଥଶାଳା ସାଜିପାରେ ଭଗ୍ନ ସ୍ତୁପଟିଏ

ଛନ୍ଦି ହୋଇଥିଲେ ପ୍ରେମ ସୁଧା ଛଳନାରେ ।


            

         



Rate this content
Log in

Similar oriya poem from Tragedy