ପ୍ରେମ
ପ୍ରେମ
ରଙ୍ଗ ତ ରଙ୍ଗ ଏ କେମିତିକା ରଙ୍ଗ
ଦେହରେ ମୋ ଲାଗିଗଲା ,
ସାତ ରଙ୍ଗ ଠାରୁ ଭିନ୍ନ ତାର ସ୍ପର୍ଶ
ବିହୁଲିତ ମତେେ କଲା ।
ବୋଳି ହୋଇ ଗଲା ଯେବେଠାରୁ ଦେହେ
ହଜିଛି ମୁଁ ନିଜ ଭିତରେ
ଅନ୍ୟର ଆଭାଷ ଶୁଭୁ ନାହିଁ ମତେ
ଗପୁଛି ମୁଁ ନିଜ ମତରେ ।
ମୋର ମନ ମୋର ଆୟତରେ ନା ହିଁ
ଯାଇଛି ଆଉ କା ପାଖକୁୁ,
ନିିଜକୁ ଚାହିଁବା ଛାଡିଦେଇ ଆଜି
ଭଲ ପାଉଛି ମୁଁ କାହାକୁ।
ସେହି ମୋର ପ୍ରିିୟ କି ନାମ ଯେ ତାର
ପଚାରିବାକୁ ଲାଗେ ଡର,
ଅକୁହା,ଅଜଣା, ଆଦେଖାରେ ତା'ର
ହୃୃଦୟେ କରିଛି ଘର।
କହିବି କହିିିିବି ଭାବି ଭାବି ମୁଁ ଯେ
କହିପାରୁ ନାହିଁ ଜମା,
ଦେହରୁ ମୋହର ପ୍ରାଣ ଛାଡ଼ି ଯିବ
କରି ଦେଲେ ସିଏ ମନା।
ମୋର ମନର ସେ ରାଜକୁମାର ଗୋ
ହେବି ତା' ମନର ରାଣୀ ,
କ୍ଷ୍ଣ ମୁହୂର୍ତ୍ତରେ ମନ ଦେଇ ଦେଲି
ଶୁୁୁଣି ତା ଅଳପ ବାଣି।