ପ୍ରେମ
ପ୍ରେମ
ପ୍ରେମ ଏମିତିକା ଏକ ଅଦ୍ଭୂତ ଜିନିଷ।
ନା ସେ ଦେଖେ ଜାତି, ଧର୍ମ, ବର୍ଣ୍ଣ କି ବୟସ।।
କେତେ ବେଳେ ହୋଇଯାଏ ଜଣା ଯେ ପଡେନା।
ହୋଇଗଲେ ଥରେ ଭୁଲି ଯେ ତାକୁ ହୁଏନା।।
ପ୍ରେମକୁ କୁହାଯାଏ ବସନ୍ତର ଋତୁ।
ଯା ଜୀବନରେ ଆସେ ଭୁଲି ଯାଏ ସେ ସବୁ।।
ପ୍ରେମ ଜୀବନରେ ନୂତନ ଆଲୋକ ଆଣି ଦିଏ।
ବଞ୍ଚିବାର ଗୋଟେ ନୂଆ ସାହାରା ଯେ ଦେଖାଇ ଦିଏ।।
ପ୍ରେମ ଜୀବନରେ ଏମିତି ଅମୂଲ୍ୟ ରତ୍ନଟିଏ।
ଯା ବିନା ଜୀବନ ଅଧୁରା ପରିକା ଯେ ଲାଗେ।।
ପ୍ରେମ ହି ତ ଅଟେ ହୃଦ ସ୍ପନ୍ଦନର ଗତି।
ପ୍ରେମ ହିଁ ତ ଦିଏ ଜୀବନ ଯିଇବା ପାଇ ଶକ୍ତି।।
ପ୍ରେମ ପାଇ ଭଗବାନ ଏ ଧରା ଧାମେ ଜନ୍ମ ଯେ ନେଲେ।
ପ୍ରେମକୁ ପାଇବା ପାଇଁ ଭିନ୍ନ ରୂପେ ଅବତାର ଯେ ନେଲେ।।
ପ୍ରେମକୁ ଶବ୍ଦରେ ପ୍ରକାଶ ଯେ କରି ନ ହୁଏ।
ପ୍ରେମକୁ କେବଳ ଅନୁଭବ ଯେ କରି ହୁଏ।।
ପ୍ରେମ ଏତେ ଯେ ପବିତ୍ର, ଏତେ ଯେ ମହାନ୍।
ପ୍ରେମକୁ କର ସବୁବେଳେ ସମ୍ମାନ ।।