ପ୍ରେମ
ପ୍ରେମ
ଅମୃତ ବେଳାରେ ଦେଖା
ବିପରିତ ଆକର୍ଷଣରେ
ଚାରି ଚକ୍ଷୁର ମିଳନ
ମୁଖ ମଣ୍ଡଳରେ ସ୍ମିତହାସ୍ୟ
ବାସ.......
ସତ୍ୟ ଶିବ ସୁନ୍ଦର ପ୍ରେମର ଆରମ୍ଭ
ପକ୍ଷ ମେଲି ଉଡିବୁଲେ ନୀଳାକାଶେ
ପ୍ରେମ ପକ୍ଷୀ ...........
ଅପୂର୍ବ ଆନନ୍ଦ ଓଃ କି ଶାନ୍ତି
କଡଲେଉଟାଇ ଫେରେ କାଳବେଳା
ଦୂର ଦିଗବଳୟରୁ ସନ୍ଦେହର ଝଡନେଇ
ଲକ୍ଷ୍ୟ ତାର ପ୍ରେମ ପକ୍ଷୀ
ଝିଙ୍କିନିଏ ସବୁତକ ପର
ପକ୍ଷହୀନ ଡେଣାରେ ଉଡିବା ହୁଏ ଅସହଜ
ଅପହଞ୍ଚ ହୋଇଯାଏ ଲକ୍ଷ୍ୟ
ଖସିପଡେ ନୀଳସାଗର ବୁକୁରେ
ସଳୀଳ ସମାଧି ନିଏ ପ୍ରେମ ପକ୍ଷୀ
ଏମିତିକା .......
ସନ୍ଦେହର ସାଗରର ଅତଳ ଗର୍ଭରେ ।