STORYMIRROR

ରୀକ୍ଷିରାମ ମେହେର

Romance

4  

ରୀକ୍ଷିରାମ ମେହେର

Romance

ପ୍ରେମ

ପ୍ରେମ

1 min
355



ପ୍ରେମ କାହା ପାଇଁ ପୂଜା

              ତ କାହା ପାଇଁ ଅର୍ଘ୍ୟ,

ପ୍ରେମ କାହା ପଇଁ ସ୍ବପ୍ନ

             ତ କାହା ପାଇଁ ଦର୍ପଣ ।

ପ୍ରେମ କାହା ପାଇଁ ସ୍ମୃତି

            ତ କାହା ପାଇଁ ଅନୁଭୁତି,

ପ୍ରେମ କାହା ପାଇଁ ବାଲିଘର

         ତ କାହା ପାଇଁ ବଡ଼ ଦେଉଳ ।

ପ୍ରେମ କାହା ପାଇଁ ସ୍ମୃତି ଛବି 

          ତ କାହା ପାଇଁ ମନର ମିତ,

ପ୍ରେମ କାହା ପାଇଁ ମିଠା ଜହର

        ତ କାହା ପଇଁ ସ୍ନେହ ଉପହାର ।

ପ୍ରେମ କାହା ପାଇଁ ଦୁଃଖ

          ତ କାହା ପାଇଁ ଜୀବନ ସୁଖ,

ପ୍ରେମ କାହା ପାଇଁ ହସ 

        ତ କାହା ପାଇଁ ଆଜୀବନ କାନ୍ଦ ।

ପ୍ରେମ କାହା ପାଇଁ ଝରଣା 

            ତ କାହା ପାଇଁ ଅଶ

୍ରୁ ଝର,

ପ୍ରେମ କାହା ପାଇଁ ମିଳନ

        ତ କାହା ପାଇଁ ଜୀବନ ବିଚ୍ଛେଦ ।

ପ୍ରେମ କାହା ପାଇଁ ବହି ମଲାଟ

        ତ କାହା ପାଇଁ ରୂପେଲି ପାରଦ,

ଲେଖିଲେ ପ୍ରେମର ପରିଭାଷା

         କଦାପି କେବେ ହେଁ ହେବନି ଶେଷ ।

ଜୀବନ ମାନେ ପ୍ରେମବନ୍ଧନ

          ଜୀବନ ମାନେ ଭଲ ପାଇବା,

ପ୍ରେମକୁ ଛାଡି କେହି କେବେ

      ବଞ୍ଚି ପାରିବେନି ବିନା ପ୍ରେମର ଭାବ ।

କଥାରେ ଅଛି ପ୍ରେମ ହିଁ ପୂଜା

           ପ୍ରେମ ହିଁ ଶକ୍ତି ଭଗବାନଙ୍କ,

ସତୀ ପ୍ରେମରେ ହାରି ଥିଲେ

        ଯୋଗୀ ଦେବ ଦେବ ମହାଦେବ ।

ଶେଷେ ଗ୍ରହଣ କଲେ ନିଜେ

         ପାର୍ବତୀ ରୂପରେ ସତୀ ଦେବୀ,

ଅର୍ଦ୍ଧ ନାରୀଶ୍ୱର ରୂପ ହେଲେ

           ଜାଣିଲେ ଜଗତ ପ୍ରେମ ଗୀତି ।।

        



Rate this content
Log in

Similar oriya poem from Romance