STORYMIRROR

ASHOK KUMAR NAYAK

Romance

3  

ASHOK KUMAR NAYAK

Romance

ପ୍ରେମ

ପ୍ରେମ

1 min
172


ପ୍ରେମ ଶବ୍ଦ ଏକ ଈଶ୍ୱର ପ୍ରଦତ୍ତ 

ପ୍ରେମର ଅର୍ଥ ପବିତ୍ର 

ପ୍ରେମରେ ନ ଥାଏ ରଙ୍ଗ ଭଳି ଭଳି 

ନ ଥାଏ ବି ଜାତି ଗୋତ୍ର ।


ପ୍ରେମ ଗୋଟେ ଫୁଲ ଭାରି ସୁନ୍ଦର ସେ 

ଆକର୍ଷଣ ଲାଗେ ଭାରି 

ଛୁଇଁ ଦେଲେ ଥରେ ସରମି ଯାଏ ସେ 

କେତେ ଅଭିମାନ କରି ।


ଯୌବନରେ ଥାପି ପ୍ରଥମ ପାହାଚେ 

ପ୍ରେମ ସହ ଦେଖା ହୁଏ  

ଜୀବନେ ଆସଇ ଦୁର୍ବଳ ମୁହୂର୍ତ୍ତ 

ପ୍ରେମ କ'ଣ ଜଣାଯାଏ ।


ପ୍ରେମ ଯେ ଅଟଇ ଅନ୍ତରର ଜ୍ୱାଳା 

ଲିଭାଇଲେ ଲିଭେ ନାହିଁ  

ସେହି ପ୍ରେମ ବନ୍ଧୁ ମିଠା ଅନୁଭୂତି 

କେବେ ଭୁଲି ହୁଏ ନାହିଁ ।



Rate this content
Log in

Similar oriya poem from Romance