Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

3  

Maheswar sahoo

Others

ପ୍ରେମ

ପ୍ରେମ

1 min
193


ପାଞ୍ଚ ଅକ୍ଷରରେ ,   ସୃଷ୍ଟ ଦୁଇ କ୍ଷର,

     ନାମ ଅଟେ ତାର ପ୍ରେମ:

ପ ରେ ପରାଣ,     ର ରେ ରକ୍ଷକ,

     ଏ ରେ ଯେ ଏକତା ନାମ::

ମ ରେ ମମତା,     ଅ ରେ ଅନ୍ତର,

     ସର୍ବଦା ଯେ ଗୁଞ୍ଜରିତ:

ପ୍ରାଣର ରକ୍ଷକ,    ଏକତା ସଦ୍ଭାବ,

     ହୃଦୟ ମମତା ପ୍ରୀତ::

ପ୍ରେ ରୁ ଆରମ୍ଭ,    ମ ରୁ ଯେ ଶେଷ,

     ଅଭିନୟ ମଧ୍ୟସ୍ଥଳ:

ଗାଈ ଯାଇଥାଏ,  ଜୀବନର ଗାଥା,

    ନେଇ ସମୟ ଓ କାଳ::

ଲେଖି ଦେଇଯାଏ,  ଇତିହାସ ପୃଷ୍ଟେ,

    ଯୁଗଳ ପ୍ରତୀକ ହୋଇ:

ଦେଇ ଯାଇଥାଏ,  ଦୁଃଖ ସୁଖ କିଛି,

    ଜୀବନର ଗୀତ ଗାଇ::

ସୃଷ୍ଟିର ଆରମ୍ଭ,   ପ୍ରେମରେ ଜଡିତ,

     ଭାତୃ ପିତୃ ମାତୃ ପ୍ରେମ:

ପ୍ରେମର ଦୁଆରେ,   ଅସରନ୍ତି ପଥ,

     ପଥିକ ମାନବ କର୍ମ::

ଆଧୁନିକ ପ୍ରେମ,   ମହାକାଳ ଫଳ,

     ମରୁଚିକା ସମ ପଥ:

ମଧୁରତା ହୀନ,    କାମନା ଜଡିତ,

     ଛଳନାରେ ବିଜଡିତ::

ଯୌବନର ଜ୍ୱାଳା, ମତୁଆଲା କରେ,

     ଉଦାସୀ ହୃଦୟେ ରହି:

ଲକ୍ଷଭ୍ରଷ୍ଟ କରେ,    ଜୀବନ ପଥରୁ,

     ଭଗ୍ୟ ଦୋଷ ଗାଥା କହି::

କରନାହିଁ କେବେ, କାମନାର ପ୍ରେମ,

     କରିଦିଏ ଲକ୍ଷ ହୀନ:

ନଥାଏ ମମତା,    ସମାଜର ବୁକେ,

    ହୁଅନା ଯେ ମୂଲ୍ୟହୀନ::

ପବିତ୍ର ପ୍ରେମରେ, ବାନ୍ଧି ହୋଇଯାଅ,

    ହୃଦୟେ ଏକତା ନେଇ:

ପିତା ମାତା ଆଉ,  ଗୁରୁଙ୍କ ଆଶିଷ,

    ଥିବ ସଦା ପ୍ରେମ ହୋଇ::

*****(ମହେଶ୍ୱର ସାହୁ)*****

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in