Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chandrakanta Jena

Romance Tragedy Others

4  

Chandrakanta Jena

Romance Tragedy Others

ପ୍ରେମ

ପ୍ରେମ

1 min
365


ତୁମେ ମୋତେ ଭଲ ପାଓ କି ନପାଓ

ତୁମେ ମୋତେ ମନ ଦିଅ କି ନଦିଅ

ମୋର କିଛି ଯାଏ ଆସେନା

ମୁଁ ତୁମକୁ ଭଲ ପାଉଛି ଭଲ ପାଉଥିବି

ମୋ ହୃଦୟର ପ୍ରତ୍ୟେକଟି ସ୍ପନ୍ଦନ ଚାଲୁଥିବା ଯାଏଁ !!


ମୋ ପ୍ରେମକୁ ତୁମେ ପାପ ଭାବିପାର

ମୋତେ ପାପି ଭବିପାର

ମୋର କିଛି ଯାଏ ଆସେନା

ମୁଁ ତୁମକୁ ଧର୍ମ ମନ୍ଦିରରେ ପୂଣ୍ୟ ଦେବୀ ଭାବି

ସଦା ସର୍ବଦା ପୂଜୁଥିବି

ମୋ ପ୍ରେମର ଅଖଣ୍ଡ ଦୀପ ଜଳୁଥିବା ଯାଏଁ  !!


ତୁମେ ମୋତେ କଣ୍ଟା ଭାବିପାର

ପଥେ ମୋର କଣ୍ଟା ବିଞ୍ଚିପାର

ମୋର କିଛି ଯାଏ ଆସେନା

ମୁଁ କିନ୍ତୁ ତୁମ ଚଲାପଥରେ

ଫୁଲଟିଏ ହୋଇ ଫୁଟିବା ପାଇଁ

ଦିବାନିଶି ଚେଷ୍ଟା କରୁଛି ଚେଷ୍ଟା କରୁଥିବି

ମୋ ବସନାର ପାଖୁଡ଼ା ଝଡିଯିବା ଯାଏଁ  !!


ତୁମେ ମୋତେ କାଳ ରାତ୍ରି ଭାବିପାର

ସକାଳର ମଲା ଜହ୍ନ ଭାବିପାର

ମୋର କିଛି ଯାଏ ଆସେନା

ମୁଁ ସଦା ପୂର୍ଣ୍ଣିମାର ଜହ୍ନ ସାଜି

ତୁମ ମନ ଅଗଣାରେ ପ୍ରୀତିର କିରଣ

ବିଞ୍ଚୁଛି ବିଞ୍ଚୁଥିବି

ମୋ ଆଶାର କିରଣ କ୍ଷୀଣ ହେବା ଯାଏଁ  !!


ମୁଁ ତୁମକୁ ଭଲ ପାଉଛି ଭଲ ପାଉଥିବି

ମୋ ହୃଦୟର ପ୍ରତ୍ୟେକଟି ସ୍ପନ୍ଦନ ଚାଲୁଥିବା ଯାଏଁ। !!


Rate this content
Log in