ପ୍ରେମ ସଦ୍ଭାବନାରେ ପଲ୍ଲୀ ଜୀବନ
ପ୍ରେମ ସଦ୍ଭାବନାରେ ପଲ୍ଲୀ ଜୀବନ
ପଲ୍ଲୀଜୀବନରେ ସଦଭାବନାର
ବହୁଥାଏ ଦିବ୍ୟ ଝର,
ଆତ୍ମୀୟତା ଭରା ସ୍ନେହ ବୋଳା କଥା
ସଭିଙ୍କୁ କରେ ନିଜର l
ତା ପର୍ବପର୍ବାଣୀ ରଚଇ କାହାଣୀ
ସମ୍ପର୍କ ନିବିଡ଼କରେ ,
କେତେ ପିଠା ମିଠା ଚାଲୁଥାଏ ବଣ୍ଟା
ସାଇ ପଡିଶା ଙ୍କ ଘରେ l
ନଈ ତୁଠ ପରେ ପଲ୍ଲୀରମଣୀଙ୍କ
ସୁଖ ଦୁଃଖର ଆଳାପ,.
ଦୁଃଖକୁ ତାଙ୍କର ଲାଘବ କରଇ
ଖୋଲି ମନର କୋଲପ l
ରଜ ଦୋଳିଗୀତ ପୁଚିଖେଳ ସେତ
ପଲ୍ଲୀଜୀବନ ମହକ,
କଇଁ ଫୁଲ ତୋଳା ମେଳା ମଉଚ୍ଛବ
ସବୁ ସ୍ମୃତି ର ଝଲକ l
ଯାନିଯାତ୍ରା ହେଉ ଅବାକେଉଁ ପର୍ବ
କରନ୍ତି ମନ ମିଳାଇ,
ସରଳ ହୃଦୟ ପଲ୍ଲୀବାସୀଙ୍କର
ମନକୁ ନିଅଇ ମୋହି l
ସ୍ନେହ ଶରଧା ର ବହଇ ନିର୍ଝର
ପଲ୍ଲୀରପ୍ରତିଟି କୋଣେ,
ପଲ୍ଲୀର ସଂସ୍କାର ସଂସ୍କୃତି ଆମର
ରହିଥିବ ସଦା ମନେ l
ବଡ଼ଙ୍କୁ ଭକତି ଦିଅଇ ଶକତି
ଆଗାମୀ ଜୀଵନ ପାଇଁ,
ସାନ ଙ୍କୁ କଲ୍ୟାଣ କରୁଥାନ୍ତି ସଦା
ସ୍ନେହ ଭାବ ମନେ ନେଇ l
ବିବାହ ବରତ ଅବା ଯେଉଁ କାର୍ଯ୍ୟ
ସୁଖର ଅବା ଦୁଃଖର,
ହାତକୁ ମିଶାଇସାହା ହୋଇଥାନ୍ତି
ଭାବି ଯେହ୍ନେ ଆପଣାର l
ସହରେ ବଜାରେ ମିଳେନାହିଁକାହିଁ
ଆତ୍ମୀୟତା ଭାବଏତେ,
ପଲ୍ଲୀ ଜୀବନ ପ୍ରେମ ସଦଭାବରେ
ଝଲମଲ ସତେ କେତେ l
ପଲ୍ଲୀଜୀବନର ମାଧୁରିମା ସେତ
ସହରେ ମିଳଇ ନାହିଁ,
ସେପାଇଁ ହୃଦୟ କାନ୍ଦୁଥାଏ ସଦା
ପଲ୍ଲୀର ସ୍ମୃତିକୁ ନେଇ l
