ପ୍ରେମ ସ୍ୱାଗତିକା
ପ୍ରେମ ସ୍ୱାଗତିକା

1 min

204
ଶୀତ ଅୟନାନ୍ତେ ବସନ୍ତ ପ୍ରବେଶ
ପୁଲକିତ ହୁଏ ଧରା,
ପ୍ରେମ ଋତୁ ର ସେ ମଳୟ ପରଶେ
ଯଉବନ ମଧୁଝରା ।
ସୁବର୍ଣ୍ଣ ଯୁଗର ଆଗମନ ପ୍ରାୟେ
ସ୍ୱାଗତ କୋକିଳ ଗାଏ,
ବକୁଳ ବନର ଅପୂର୍ବ କାନ୍ତି
ପ୍ରେମ ମନ୍ଦାକିନୀ ପ୍ରୟେ ।
ଭିନ୍ନ ଭିନ୍ନ ପୁଷ୍ପ ପ୍ରଫୁଟିତ ହୁଏ
ବସନ୍ତ ସ୍ୱାଗତିକା ରେ,
ରାଧା କୃଷ୍ଣଙ୍କର ଶାଶ୍ଵତ ପ୍ରେମ
ଫଗୁ ଖେଳେ ଏ ଧାମରେ ।
ରାସ କେଳି ସାଥେ ମୁରଲୀ ର ସ୍ୱନ
ହୃଦୟେ ଜାଗ୍ରତ ପ୍ରୀତି,
ଅତି ମନୋରମ ସେ ଦୃଶ୍ୟ ଧାରାରେ
ମନେ ଜାଗେ କେତେ ସ୍ମୃତି ।
ସୁଦିନ ଆସିଛି ପ୍ରେମ ପ୍ରୀତି ସାଥେ
ସୁଖ ,ସମୃଦ୍ଧି ନେଇ,
ଅନ୍ତର ନାହିଁ ପ୍ରଦୋଷ ଗୋଧୂଳି
ଧରଣୀ ଅମୃତମୟୀ ।