Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shibananda barik

Abstract

4  

shibananda barik

Abstract

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
261



ରକ୍ତଜବା ନାଲି ଅଳତା ଅଧରେ ଥିରୁଥୁରୁ ଉଠେ ଥରି,

ଗୋଲାପ ପାଖୁଡା ଖେଳୁଥିବା ଦେଖି ହୃଦୟ ବି ଯାଏ ଭରି।


ଚୁପି ଚୁପି କେବେ ତୋଟାମାଳେ ଦେଖି ନୀରବେ ଆଖିର ଠାର,

ପୋଖରୀ ତୁଠରେ ହଳଦୀ ମାଖିସେ ଆଙ୍ଗୁ ଝରେ ମହୁ ଧାର।


ବରଡ଼ା ପରି ସେ ଥର ଥର କେବେ ଭାଷା ଅଭାଷାରେ କହେ,

ପରିଭାଷା ମୋର ଅନ୍ତରୁ ଆସିଛି ବୁଝିପାରୁନାହିଁ କାହିଁ ସିଏ।


ସକାଳ ଶିଶିର ବିନ୍ଦୁ ଟିଏ ପରି ଅସ୍ତିତ୍ବ ହଜାଏ କେବେ,

ସୁରୁଜ ଦିଶିଲେ କାକର ଭାସିବ ଏକଥା ବି ମନେ ଭାବେ।


ଅଜଣା ଆନନ୍ଦ ମନେ ଭରି ଯାଏ ସ୍ୱପ୍ନେ ପାଇ ସ୍ପର୍ଶ ତାର,

ପ୍ରେୟସୀ ବୁଝିବ ପ୍ରେମ ପରିଭାଷା ସେ ସ୍ବପ୍ନ ହେବ ସାକାର।


Rate this content
Log in

Similar oriya poem from Abstract