ପ୍ରେମ ପୁଲକ (୦୭)#ଶାଶ୍ବତ ପ୍ରେମ#
ପ୍ରେମ ପୁଲକ (୦୭)#ଶାଶ୍ବତ ପ୍ରେମ#
ପ୍ରଜାପତି ର ରଙ୍ଗ ବେରଙ୍ଗ ଡେଣା ଦେଖି
ସେ ପ୍ରଥମ କରି ପଡ଼ିଥିଲା ପ୍ରେମରେ,
ପରେ ପରେ ଆଖି ଭର୍ତ୍ତି ସ୍ବପ୍ନ ଦେଖି
ସେ ହଜାଇ ଥିଲା ନିଜକୁ ଆଉ କା ହୃଦୟରେ ,
ଏବେ କିନ୍ତୁ ନାହିଁ ସେ ପିଲାଦିନ
ନା ହିଁ ଅଛି କୈଶୋରର ସେ ଚପଳ ମନ,
ସବୁ ଯେମିତି ଜୀବନ ଆଗରେ ଖର୍ବକାୟ
ପ୍ରତି ମୂହୁର୍ତ୍ତେ ଭବିଷ୍ୟତକୁ ନେଇ ଅହେତୁକ ଭୟ,
ମନର ଶିହରଣ ପାଉ ନାହିଁ କୂଳ କିନାରା
ଶାଶ୍ଵତ ପ୍ରେମ ନାଁରେ ଦେହ ଦାହର କ୍ଷତ ଶରୀର ସାରା
ରୂପେଲି ଜହ୍ନ ଜଳି ପୋଡ଼ି ସତେକି ପାଉଁଶ
ନହୁଲି ବୟସରେ ଲେଖୁଛି ପ୍ରୀତିର ରକ୍ତାକ୍ତ ଇତିହାସ ,
କେଜାଣି ପ୍ରଣୟ ଆଜି ଯାଉଛି କୁଆଡେ
ହୁଏତ ବିପର୍ଯ୍ୟସ୍ତ କରିବାକୁ ନିଜକୁ,ଝଡଆସୁଛି ଯୁଆଡେ
କାହିଁ ବୁଝୁନି ସେ ଏ ମନର ନୀରବ ବ୍ୟାକୁଳତା !
ସତେ କ'ଣ ଦିଶୁନି ତାକୁ ହୃଦୟର ଅସୁମାରୀ ଶୂନ୍ୟତା !
ସମ୍ଭବତଃ ତାରୁଣ୍ଯର ମଖମଲି ପଥରେ
ସେ ବାଟ ଚାଲୁଛି ପିନ୍ଧି ଆଧୁନିକତାର ରଙ୍ଗୀନ ଚଷମା
ସେଥିପାଇଁ ଶାଶ୍ଵତ ପ୍ରେମର ମୂଲ୍ୟ
ଆଜି ତା ଆଗେ କିଛି ନୁହେଁ ଜମା .....!