Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna kumar sahu

Romance Tragedy

4  

Prasanna kumar sahu

Romance Tragedy

ପ୍ରେମ ପ୍ରତିଜ୍ଞା

ପ୍ରେମ ପ୍ରତିଜ୍ଞା

1 min
276



ପ୍ରତିଜ୍ଞା ଦିବସେ

ବହୁ ମନେପଡେ

ମିଥ୍ୟା ପ୍ରତିଜ୍ଞା ତୁମର,

ଚାଲି ଗଲ ପ୍ରିୟା

ବହୁତ ଆଗରୁ

ନରଖି ପ୍ରତିଜ୍ଞା ସତର।

ପ୍ରତିଜ୍ଞା କରିଣ

କହିଥିଲ ମୋତେ

ସାଥେ ସାଥେ ମୋର ଥିବ,

ସୁଖ ରେ ଦୁଃଖରେ

ପ୍ରତି ମୁହୂର୍ତ୍ତରେ

କାନ୍ଧେ କାନ୍ଧ ମିଳାଇବ।

ସେହି ପ୍ରତିଶ୍ରୁତି

ରଖିଲ ନାହିଁ ହେ

ମୋତେ ଛାଡ଼ି ଚାଲି ଗଲ,

ପ୍ରତିଜ୍ଞା ତୁମର

ଭଗ୍ନ କରିଦେଇ

ଧର୍ମର ଦ୍ରୋହି ହୋଇଲ।

କଥା ଦେଇ ଯେବେ

କଥା ରଖିବାକୁ

ନଥିଲା ଧର୍ଯ୍ୟ ତୁମର,

କାହିଁ ତୁମେ ପ୍ରିୟେ

ଦେଉଥିଲ ଖାଲି

ସେ ମିଥ୍ୟା ପ୍ରତିଶ୍ରୁତିର।

ଅର୍ଦ୍ଧାଙ୍ଗିନୀ ତୁମେ

ଏହି ପରି କରି

ଧର୍ମ ରେ ଦ୍ରୋହି ହୋଇଲ,

ଅର୍ଦ୍ଧାଙ୍ଗିନୀ ତୁମେ

ସେହି ପାପ ମୋତେ

ଭୋଗିବାକୁ କହି ଗଲ।

ତୁମ ପାପ ବି

ଭୋଗୁଅଛି ମୁହିଁ

କାହାକୁ କହି ନୋହୁଛି,

ବାଛି ଥିଲି ପ୍ରିୟେ

ଅର୍ଦ୍ଧାଙ୍ଗିନୀ ବୋଲି

ସବୁ ତକ ମୁଁ ସହୁଛି।

ସହିବାକୁ ହେବ

ସେହି ସବୁ ଦୁଃଖ

କାହାକୁ କହି ନ ପାରିବି,

ତୁମେ ଯେ ପାପିଷ୍ଟ

ମୋର ଅର୍ଦ୍ଧାଙ୍ଗିନୀ

ସବୁତକ ସହି ନେବି।


Rate this content
Log in