Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
215



ଅତୃପ୍ତ ଏ'ମନ ତୃପ୍ତ ହେବା ପାଇଁ 

   ଅଣ୍ଟୁନି ବଳ ବୟସ

 ଭୋଗୁଛି ଭୋଗିବି କରମର ଫଳ 

    ଭାଗ୍ୟର କି'ଅବା ଦୋଷ ... !

    ପ୍ରେମ ପ୍ରିତୀ ନୁହେଁ ବିଷ 

ସମୟ ତାଳରେ ସମ୍ପର୍କର ରଙ୍ଗ 

   କେବେ ମାଘ କେବେ ପୁଷ ...୧


ଭାବ ବନ୍ଧନରୁ ପ୍ରେମ ବନ୍ଧନରେ 

   ବାନ୍ଧି ହେଲା ଦିନୁ ମନ 

ଗାଆଁ ସାରା ଲୋକ ଆଘାତ ଦିଅନ୍ତି

     ଉଠେ ଅସରନ୍ତି ପ୍ରଶ୍ନ 

     ବିମୁଖ ହେଲାଣି ସ୍ବପ୍ନ 

ଅମୃତ ସୃଷ୍ଟିରେ ବିଷମୟ ଆଜି 

    ବିଧାତାଙ୍କ ଦାନ ପ୍ରେମ ....୨


ପାଇବାର ତୃପ୍ତି ନୁହେଁ ଏକା ପ୍ରେମ 

    ତ୍ୟାଗ ହିଁ ପ୍ରକୃତ ପ୍ରେମ 

ସାଥିର ଖୁସିରେ ଖୁସି ହେବା ଚାଲ 

   ହେଲେ ହେବା ବଦନାମ 

    ପ୍ରେମ ସତ୍ୟ ଚିରନ୍ତନ 

ଜନ୍ମରୁ ଆରମ୍ଭି ଜୁଇରେ ମିଶଇ 

   ଶେଷ କୃତରେ ଶ୍ମଶାନ ....୩



Rate this content
Log in